ଝାରସୁଗୁଡ଼ା ଯିବନି ବୀଶାଖାପାଟଣା-ଅମୃତସର ଏକ୍ସପ୍ରେସ୍ , ତିନି ମାସ ମଧ୍ୟରେ ହେବ ମଡେଲ ଷ୍ଟେସନ

ଝାରସୁଗୁଡ଼ା(କେନ୍ୟୁଜ୍) : ଆଉ ଝାରସୁଗୁଡ଼ା ଷ୍ଟେସନକୁ ଯିବନି ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍ । ଟ୍ରେନ୍ର ଗତିପଥ ବଦଳାଇ ଦେଢ କିଲୋମିଟର ଦୂର ଝାରସୁଗୁଡ଼ା ରୋଡ୍ ଷ୍ଟେସନ ଦେଇ ଚଳାଚଳ କରିବ । ଏଠାରୁ ସିଧା ସଳଖ ଇବ୍, ବେଲପାହାଡ ଦେଇ ଯିବ । ଯାତ୍ରୀଙ୍କ ପାଇଁ ତିନି ମାସ ମାଗଣା ବସ୍ ସେବା କରିବା ସହ ଝାରସୁଗୁଡ଼ା ରୋଡ୍ ଷ୍ଟେସନ୍କୁ ଏକ ମଡେଲ ଷ୍ଟେସନ ରୂପରେ ଗଢାଯିବ । ଝାରସୁଗୁଡ଼ା ଷ୍ଟେସନ ଦେଇ ଅନେକ ଟ୍ରେନ୍ ଚଳାଚଳ କରୁଥିବାରୁ ସବୁବେଳେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥାଏ । ଏହି ଟ୍ରାଫିକ୍ ସମସ୍ୟାର ସମାଧାନ କରିବା ପାଇଁ ଏବେ ମଡେଲ ଷ୍ଟେସନ ଭାବେ ତିଆରି କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ ବିଭାଗ । ଫଳରେ ଯାତ୍ରୀଙ୍କ ସମୟ ୪୫ ମିନିଟ୍ କମିବ । ଆଗାମୀ ଦିନରେ ଏହି ଷ୍ଟେସନରେ ବହୁ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ରହିବ ବୋଲି ସମ୍ବଲପୁର ମଣ୍ଡଳ ଡିଆରଏମ୍ ସୂଚନା ଦେଇଛନ୍ତି ।