ରାଜ୍ୟ

ସମ୍ପର୍କରେ ଲାଗିଲା ରକ୍ତ ଛିଟା; ପୁତୁରାର ଆକ୍ରମଣରେ ବାପା ଏବଂ ପୁଅ ମୃତ

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ତୁଳସୀବଣି ଗ୍ରାମରେ ଅଭାବନୀୟ ଘଟଣା। ପୁତୁରାର ଆକ୍ରମଣରେ ବାପା ଏବଂ ପୁଅ ମୃତ।

ସୂଚନା ଅନୁଯାୟୀ ଗତକାଲି ରାତିରେ ତୁଳସିବଣି ଗ୍ରାମର ହାର ବିନ୍ଧାଣୀଙ୍କ ପରିବାର ସହ ତାଙ୍କ ଭାଇଙ୍କର କୌଣସି କଥାକୁ ନେଇ ଝଗଡା ହୋଇ ଥିଲା। ତେବେ ଏହି ଝଗଡା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା । ହାର ବିନ୍ଧାଣୀଙ୍କ ପୁତୁରା ପ୍ରଫୁଲ ଏକ ଲୁହାରଡରେ ପ୍ରଥମେ ଆକ୍ରମଣ କରିଥିଲା। ଏହାପରେ ଏକ ଧାରୁଆ କଟୁରୀ ରେ ହାର ବିନ୍ଧାଣୀ ଏବଂ ତାଙ୍କ ପୁଅ କ୍ରିଷ୍ନା ବିନ୍ଧାଣୀଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । ସେଠାରେ ଡାକ୍ତର ଉଭୟ ବାପା ଏବଂ ପୁଅ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି। ରାଇବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

Barsha

Recent Posts

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

8 mins ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

15 mins ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

32 mins ago

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

କେନ୍ୟୁଜ୍‌: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା…

33 mins ago

ଟି୨୦ ବିଶ୍ୱକପ ପାଇଁ ବିରାଟଙ୍କ ସହିତ ଆମେରିକାରେ ପହଞ୍ଚିଲେ ଅନୁଷ୍କା, ସାଙ୍ଗରେ ଅଛନ୍ତି ଭାମିକା ଓ ଅକାୟ

ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ…

36 mins ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

41 mins ago