ରାଜ୍ୟ

ଚଳିତ ବର୍ଷ ଦୀପାବଳିର ମାହୋଲ ଫିକା ପଡିଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ କମିନାହିଁ ଉତ୍ସାହ, ଦୀପ ଜାଳି ଓ ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ ସଜାଇ ସମସ୍ତେ ପ୍ରସ୍ତୁତ

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି । ଚଳିତବର୍ଷ କରୋନା ପାଇଁ ଦୀପାବଳିରେ ବାଣ ଫୁଟା ବନ୍ଦ ରହିଛି । ଘରେ ରହି ମାଟି ଦୀପ ଲଗାଇ ଦୀପାବଳି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ମଧ୍ୟ ସମସ୍ତେ ପାଳନ କରୁଛନ୍ତି । ଗୋଟିଏ ପଟେ କରୋନା ଆର ପଟେ ପରମ୍ପରା ନେଇ ଦୀପାବଳି ପାଳନ କରାଯାଉଛି ।

ଅନ୍ଯପଟେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ତଥାପି ବିପଦ ଟଳିନାହିଁ । ତେଣୁ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଲାଗିଛି। ଲୋକେ ବାଣ ନ ଫୁଟାଇ ଦୀପ ଜାଳି ଓ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଲାଇଟରେ ଘର ସଜାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ଚାହିଦା ଦେଖି ମାର୍କେଟଗୁଡିକରେ  ମଧ୍ୟ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଲାଇଟ ବିକ୍ରି ହେଉଛି ।  ୫୦ଟଙ୍କାରୁ ଆରମ୍ଭ ହୋଇ ଏକ ହଜାର ଟଙ୍କା ଯାଏଁ ମୂଲ୍ୟ ରହିଛି । ଗତବର୍ଷ ପରି ଯଦିଓ ବେପାର ହେବ ବୋଲି ଦୋକନୀ ଆଶା ରଖି ନାହାଁନ୍ତି, କିନ୍ତୁ ବହୁ ଦିନ ବେପାର ବନ୍ଦ ରହିବା ପରେ ଏବେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ।

ସେହିପରି ମିଠା କିଣି ବନ୍ଧୁବାନ୍ଧବ ଓ ସାଙ୍ଗଙ୍କ ଘରକୁ ପଠାଇ ନିଜ ପରିବାର ସହ ଦୀପାବଳୀ ପାଳିବା ପାଇଁ ସଭିଁଏ ପ୍ରସ୍ତୁତ। ମିଠା ଦୋକାନ ଗୁଡିକରେ ଭଳିକି ଭଳି ମିଠା। କେବଳ ମିଠା ନୁଁହ, ବିଭିନ୍ନ ଗିଫ୍ଟ ଓ ଡ୍ରାଏ ଫ୍ରୁଟ ସଜେଇ ହୋଇ ରହିଛି।

Sonalisa

Recent Posts

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

4 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

27 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

48 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

59 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

9 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago