Below header

ଚଳିତ ବର୍ଷ ଦୀପାବଳିର ମାହୋଲ ଫିକା ପଡିଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ କମିନାହିଁ ଉତ୍ସାହ, ଦୀପ ଜାଳି ଓ ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ ସଜାଇ ସମସ୍ତେ ପ୍ରସ୍ତୁତ

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି । ଚଳିତବର୍ଷ କରୋନା ପାଇଁ ଦୀପାବଳିରେ ବାଣ ଫୁଟା ବନ୍ଦ ରହିଛି । ଘରେ ରହି ମାଟି ଦୀପ ଲଗାଇ ଦୀପାବଳି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ମଧ୍ୟ ସମସ୍ତେ ପାଳନ କରୁଛନ୍ତି । ଗୋଟିଏ ପଟେ କରୋନା ଆର ପଟେ ପରମ୍ପରା ନେଇ ଦୀପାବଳି ପାଳନ କରାଯାଉଛି ।

diwali1ଅନ୍ଯପଟେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ତଥାପି ବିପଦ ଟଳିନାହିଁ । ତେଣୁ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଲାଗିଛି। ଲୋକେ ବାଣ ନ ଫୁଟାଇ ଦୀପ ଜାଳି ଓ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଲାଇଟରେ ଘର ସଜାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ଚାହିଦା ଦେଖି ମାର୍କେଟଗୁଡିକରେ  ମଧ୍ୟ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଲାଇଟ ବିକ୍ରି ହେଉଛି ।  ୫୦ଟଙ୍କାରୁ ଆରମ୍ଭ ହୋଇ ଏକ ହଜାର ଟଙ୍କା ଯାଏଁ ମୂଲ୍ୟ ରହିଛି । ଗତବର୍ଷ ପରି ଯଦିଓ ବେପାର ହେବ ବୋଲି ଦୋକନୀ ଆଶା ରଖି ନାହାଁନ୍ତି, କିନ୍ତୁ ବହୁ ଦିନ ବେପାର ବନ୍ଦ ରହିବା ପରେ ଏବେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ।

ସେହିପରି ମିଠା କିଣି ବନ୍ଧୁବାନ୍ଧବ ଓ ସାଙ୍ଗଙ୍କ ଘରକୁ ପଠାଇ ନିଜ ପରିବାର ସହ ଦୀପାବଳୀ ପାଳିବା ପାଇଁ ସଭିଁଏ ପ୍ରସ୍ତୁତ। ମିଠା ଦୋକାନ ଗୁଡିକରେ ଭଳିକି ଭଳି ମିଠା। କେବଳ ମିଠା ନୁଁହ, ବିଭିନ୍ନ ଗିଫ୍ଟ ଓ ଡ୍ରାଏ ଫ୍ରୁଟ ସଜେଇ ହୋଇ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.