ରାଜ୍ୟ

ଚକ୍‌ମା ଦେଲା ନରହନ୍ତା ଦନ୍ତା: ଜଟଣୀ ରୋଡ୍‌ କଣ୍ଟିଠାରେ ପାର ହୋଇଛି ଦୟା ନଦୀ, କୁହୁଡି ଯୋଗୁ କୌଣସି ଖୋଜ୍‌ ଖବର ପାଉନି ବନ ବିଭାଗ

ପୁରୀ: ବନ ବିଭାଗକୁ ଚକ୍‌ମା ଦେଲା ନରହନ୍ତା ଦନ୍ତା । ପୁରୀ ଜିଲ୍ଲାର ଡେଲାଙ୍ଗ, ବଳଙ୍ଗା ଓ ପିପିଲିରେ ଆତଙ୍କ ଖେଳାଇଥିବା ହାତୀ ଏବେ ପିପିଲି ଜଟଣୀ ରୋଡ୍‌ରେ କଣ୍ଟିଠାରେ ଦୟା ନଦୀ ପାର ହୋଇଛି । ଘନ କୁହୁଡି ଥିବାରୁ ଦନ୍ତାର କୌଣସି ଖୋଜ୍‌ ଖବର ପାଉନି ବନ ବିଭାଗ । ତଥାପି ବନ ବିଭାଗ କର୍ମଚାରୀମାନେ ହାତୀର ସନ୍ଧାନରେ ରହିଛନ୍ତି । କୁହୁଡି କମିଲେ ହାତୀକୁ ଚନ୍ଦକା ଅଭିମୁକେ ଘଉଡାଇବେ ବୋଲି ଜଣାପଡ଼ିଛି । ଏହି ଦନ୍ତା ଆକ୍ରମଣରେ ଯାଇଛି ୪ ଜଣଙ୍କ ଜୀବନ । ୫ ଜଣ ଆହତ ହୋଇଛନ୍ତି । ଘଟଣା ପରେ ପିପିଲିର ୧୬ଟି ଓ୍ଵାର୍ଡକୁ ସିଲ୍‌ କରିଛି ବନ ବିଭାଗ । ଲୋକଙ୍କ ସୁରକ୍ଷା ପାଇଁ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରିଛି । ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ହାତୀ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କିପରି କାର୍ଯ୍ୟ କରୁଛନ୍ତି, ସେଂପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ରିପୋର୍ଟର ଦିବାକର ଷଡଙ୍ଗୀ ।

KNews Bureau

Recent Posts

ମୋଦିଙ୍କ ଶପଥ ଗ୍ରହଣ ସମାରୋହ : ୭୦୦୦ ହଜାର ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ର ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ହେବାକୁ ଯାଉଛି । ଆସନ୍ତାକାଲି ସନ୍ଧ୍ୟା ୭.୧୫ ମିନିଟରେ ମୋଦି…

2 mins ago

ଶ୍ରୀମନ୍ଦିର ପରିସରରେ ପୁଣି ଲାଗିଲା ଲାଇଟ, କିଛି ଦିନ ତଳେ ଖୋଲି ଦେଇଥିଲା କଣ୍ଟ୍ରାକ୍ଟର

 କେନ୍ୟୁଜ(ବ୍ୟୁରୋ) : ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ପୁଣି ଥରେ ହୋଇଛି ବ୍ୟବସ୍ଥା । ଆଗାମୀ ଦିନରେ ସ୍ଥାୟୀ ଭାବେ ଆଲୋକୀକରଣର…

6 mins ago

୧୭ ବର୍ଷ ତଳର ଫିଲ୍ମ ‘ଜବ୍‌ ୱି ମେଟ୍‌ ’କୁ ମନେ ପକାଇଲେ ଫ୍ୟାନ୍ସ, ‘ୟେ ଇଶ୍କ ହାଏ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ ବେବୋ

କରୀନା କପୁର ଅନେକ ବ୍ଲକବଷ୍ଟର ଫିଲ୍ମରେ କାମ କରିଛନ୍ତି । ଯେପରି 'କବି ଖୁସି କଭି ଗମ'ର' ପୂଜା 'ଠାରୁ…

6 mins ago

ମନରେ ବାଘ ଆତଙ୍କର ଭୟ, ଧର ଧର କହି ଦୌଡିଲେ ଗାଁ ଲୋକେ

ସୋର (କେନ୍ୟୁଜ) : ଧର ଧର କହି ଦୌଡିଲେ ଗାଁ ଲୋକେ । ବାଘକୁ ଖୋଜିବାକୁ ଦଉଡୁଛନ୍ତି ଲୋକେ ।…

15 mins ago

ଏଠି ଯୁବକ ବି ଚାଲୁଛନ୍ତି ବାଡି ଧରି, ଘାରିଛି ଅଜଣା ରୋଗ ଚିନ୍ତାରେ ଗାଁ ଲୋକେ

ରେଢାଖୋଲ (କେନ୍ୟୁଜ) : କିଏ ଖଟରେ ଶୋଇ ରହିଛି ତ, ଆଉ କିଏ ବାଡି ଧରି ନଇନଇ ଚାଲୁଛି ।…

20 mins ago

ଟି୨୦ ବିଶ୍ୱକପ : ପରାଜୟ ପରେ ବାବର ଆଜମ ବୁଝିପାରିଲେନି ଇଂଲିଶ ପ୍ରଶ୍ନ, ଜବାବ ଦେଲେ ଏମିତି

ଆଇସିସି ଟି୨୦ ବିଶ୍ୱକପରେ ପାକିସ୍ତାନ ଆମେରିକା ଠାରୁ ପରାଜୟ ପାଇଛି । ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନକୁ  ସୁପର ଓଭରରେ…

32 mins ago