Below header

ଚକ୍‌ମା ଦେଲା ନରହନ୍ତା ଦନ୍ତା: ଜଟଣୀ ରୋଡ୍‌ କଣ୍ଟିଠାରେ ପାର ହୋଇଛି ଦୟା ନଦୀ, କୁହୁଡି ଯୋଗୁ କୌଣସି ଖୋଜ୍‌ ଖବର ପାଉନି ବନ ବିଭାଗ

ପୁରୀ: ବନ ବିଭାଗକୁ ଚକ୍‌ମା ଦେଲା ନରହନ୍ତା ଦନ୍ତା । ପୁରୀ ଜିଲ୍ଲାର ଡେଲାଙ୍ଗ, ବଳଙ୍ଗା ଓ ପିପିଲିରେ ଆତଙ୍କ ଖେଳାଇଥିବା ହାତୀ ଏବେ ପିପିଲି ଜଟଣୀ ରୋଡ୍‌ରେ କଣ୍ଟିଠାରେ ଦୟା ନଦୀ ପାର ହୋଇଛି । ଘନ କୁହୁଡି ଥିବାରୁ ଦନ୍ତାର କୌଣସି ଖୋଜ୍‌ ଖବର ପାଉନି ବନ ବିଭାଗ । ତଥାପି ବନ ବିଭାଗ କର୍ମଚାରୀମାନେ ହାତୀର ସନ୍ଧାନରେ ରହିଛନ୍ତି । କୁହୁଡି କମିଲେ ହାତୀକୁ ଚନ୍ଦକା ଅଭିମୁକେ ଘଉଡାଇବେ ବୋଲି ଜଣାପଡ଼ିଛି । ଏହି ଦନ୍ତା ଆକ୍ରମଣରେ ଯାଇଛି ୪ ଜଣଙ୍କ ଜୀବନ । ୫ ଜଣ ଆହତ ହୋଇଛନ୍ତି । ଘଟଣା ପରେ ପିପିଲିର ୧୬ଟି ଓ୍ଵାର୍ଡକୁ ସିଲ୍‌ କରିଛି ବନ ବିଭାଗ । ଲୋକଙ୍କ ସୁରକ୍ଷା ପାଇଁ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରିଛି । ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ହାତୀ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କିପରି କାର୍ଯ୍ୟ କରୁଛନ୍ତି, ସେଂପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ରିପୋର୍ଟର ଦିବାକର ଷଡଙ୍ଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.