ରାୟଗଡ଼ା : ପ୍ରାୟ ୨ ମାସ ପରେ ଉଦ୍ଧାରହେଲା ନିଖୋଜ CRPF ଯବାନଙ୍କ ମୃତଦେହ, ଗତ ଡିସେମ୍ବର ୨୭ରୁ ଲୋକମହୋତ୍ସବ ଛିତିକୁ ଆସିଥିଲେ ଡ୍ୟୁଟି କରିବାକୁ
ରାୟଗଡ଼ା : ପ୍ରାୟ ୨ ମାସ ପରେ ଉଦ୍ଧାରହେଲା ନିଖୋଜ CRPF ଯବାନଙ୍କ ମୃତଦେହ। ରାୟଗଡ଼ା ସହର ଆଞ୍ଜିଆପେଟା ନିକଟସ୍ଥ ନୂଆସାହି ପାହାଡରୁ ତାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଚି। ମୃତ ଯବାନ CRPF ୪ର୍ଥ ବାଟାଲିଅନ୍ର ହାବିଲଦାର ଧରମ ଦେବ। ଗତ ଡିସେମ୍ବର ୨୭ରୁ ଲୋକମହୋତ୍ସବ ଛିତିକୁ ଡ୍ୟୁଟି କରିବାକୁ ଆସି ନିଖୋଜ ହୋଇଯାଇଥିଲେ।