ବାଲେଶ୍ୱର ଫକୀର ମୋହନ ଗୋଲେଇ ଛକରେ ମଦୁଆ ଚାଳକଙ୍କ ଉନ୍ମତ୍ତକାଣ୍ଡ, ଡିଭାଇଡର ଉପରେ ଚଢାଇ ଦେଇ ଆଉ ବାହାରି ପାରିଲେନି ଗାଡି ଭିତରୁ

ବାଲେଶ୍ୱର: ବାଲେଶ୍ୱରରେ ମଦୁଆ ଚାଳକଙ୍କ ବେପରୁଆ ଗାଡି ଚାଳନା। ଫକୀର ମୋହନ ଗୋଲେଇ ଛକଠାରେ ମଦ୍ୟପ ଚାଳକ ଜଣକ ଦୃତ ଗତିରେ ଏକ ସଫାରୀ ଗାଡିକୁ ଆଣି ଡିଭାଇଡର ଉପରେ ଚଢାଇ ଦେଇଥିଲେ। ଫଳରେ ଚାଳକ ଜଣକ ଗାଡି ଭିତରେ ପଶି ରହିଥିଲା। ସହଦେବଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।