ରାଜ୍ୟ

ଲଘୁଚାପ ବର୍ଷାରେ ବେହାଲ୍ ଚାନ୍ଦବାଲି, ବିଭିନ୍ନ ସ୍ଥାନର ବର୍ଷା ପାଣି ଜମି ରହିଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ଚାନ୍ଦବାଲି : ଦୁଇ ଦିନର ଲଘୁଚାପ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନର ବର୍ଷା ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଓଳଗ ପଂଚାୟତର ବୋଡକ ଗାଁରେ ମଧ୍ଯ ପାଣି ନିଷ୍କାସନ ନହୋଇପାରି ଗାଁ ରାସ୍ତା ଓ କିଛି ଘର ଆଗରେ ପାଣି ଜମିରହିଛି । ଫଳରେ ଲୋକମାନେ ବହୁ ହଇରାଣ ହେଉଥିବାର ଅଭିଯୋଗ କରିଛନ୍ତି । ପୂର୍ବରୁ ଡ୍ରେନ ଓ ବର୍ଷା ପାଣି ନିଷ୍କାସନ ହେବା ପାଇଁ ରାସ୍ତା ଥିଲା ହେଲେ ଏବେ ସେହି ରାସ୍ତାକୁ ଗାଁର କିଛି ଲୋକ ବନ୍ଧ ବାନ୍ଧି ରାସ୍ତା କରିଦେଇଛନ୍ତି ଫଳରେ ଡ୍ରେନ ଓ ବର୍ଷା ପାଣି ନିଷ୍କାସନ ନହୋଇପାରି ଗାଁ ମୁଣ୍ଡ ରାସ୍ତା ସହ କିଛି ଲୋକଙ୍କ ଘର ଆଗରେ ଦୀର୍ଘ ଦିନ ଧରି ଜମି ରହୁଛି ।

ଦୀର୍ଘଦିନ ଧରି ପାଣି ଜମିରହି ପଚି ଗାଁରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉୁଥିବାର ଅଭିଯୋଗ କରିଛନ୍ତି ଗାଁ ଲୋକେ । ବୋଡକ ଗାଁ ପାଇଁ ଡ୍ରେନେଜ ସମସ୍ୟା ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ବର୍ଷା ଦିନ ସାରା ଏପରିଭାବେ ରାସ୍ତା ଓ ଘର ଆଗରେ ପାଣି ଜମି ରୁହେ ବୋଲି କୁହିଛନ୍ତି ଗ୍ରାମବାସୀ । ତେବେ ବର୍ତମାନ ସମୟରେ ଲୋକଙ୍କ ପାଇଁଁ ଥଣ୍ଡା ,ଜ୍ୱର ବିପଦ ସାଜିଥିବା ବେଳେ ଜମି ରହିଥିବା ପାଣିରେ ପଶି ଛୋଟ ଠାରୁ ବଡ ସମସ୍ତେ ଯାଆସ କରୁଛନ୍ତି । ଏ ସମସ୍ୟା ବାବଦରେ ଗ୍ରାମବାସୀମାନେ ସ୍ଥାନୀୟ ସରପଂଚକୁ ବାରମ୍ବାର ଅବଗତ କରିଥିବା ବେଳେ ସମସ୍ୟାର ସମାଧାନ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଲୋକେ । ତାହାସହ ପାଣି ନିଷ୍କାସନ ବାଟକୁ ଅବରୋଧ ମୁକ୍ତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Sonalisa

Recent Posts

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

13 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

19 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

24 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

33 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

57 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

1 hour ago