Below header

ଲଘୁଚାପ ବର୍ଷାରେ ବେହାଲ୍ ଚାନ୍ଦବାଲି, ବିଭିନ୍ନ ସ୍ଥାନର ବର୍ଷା ପାଣି ଜମି ରହିଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ଚାନ୍ଦବାଲି : ଦୁଇ ଦିନର ଲଘୁଚାପ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନର ବର୍ଷା ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଓଳଗ ପଂଚାୟତର ବୋଡକ ଗାଁରେ ମଧ୍ଯ ପାଣି ନିଷ୍କାସନ ନହୋଇପାରି ଗାଁ ରାସ୍ତା ଓ କିଛି ଘର ଆଗରେ ପାଣି ଜମିରହିଛି । ଫଳରେ ଲୋକମାନେ ବହୁ ହଇରାଣ ହେଉଥିବାର ଅଭିଯୋଗ କରିଛନ୍ତି । ପୂର୍ବରୁ ଡ୍ରେନ ଓ ବର୍ଷା ପାଣି ନିଷ୍କାସନ ହେବା ପାଇଁ ରାସ୍ତା ଥିଲା ହେଲେ ଏବେ ସେହି ରାସ୍ତାକୁ ଗାଁର କିଛି ଲୋକ ବନ୍ଧ ବାନ୍ଧି ରାସ୍ତା କରିଦେଇଛନ୍ତି ଫଳରେ ଡ୍ରେନ ଓ ବର୍ଷା ପାଣି ନିଷ୍କାସନ ନହୋଇପାରି ଗାଁ ମୁଣ୍ଡ ରାସ୍ତା ସହ କିଛି ଲୋକଙ୍କ ଘର ଆଗରେ ଦୀର୍ଘ ଦିନ ଧରି ଜମି ରହୁଛି ।

chandbaliଦୀର୍ଘଦିନ ଧରି ପାଣି ଜମିରହି ପଚି ଗାଁରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉୁଥିବାର ଅଭିଯୋଗ କରିଛନ୍ତି ଗାଁ ଲୋକେ । ବୋଡକ ଗାଁ ପାଇଁ ଡ୍ରେନେଜ ସମସ୍ୟା ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ବର୍ଷା ଦିନ ସାରା ଏପରିଭାବେ ରାସ୍ତା ଓ ଘର ଆଗରେ ପାଣି ଜମି ରୁହେ ବୋଲି କୁହିଛନ୍ତି ଗ୍ରାମବାସୀ । ତେବେ ବର୍ତମାନ ସମୟରେ ଲୋକଙ୍କ ପାଇଁଁ ଥଣ୍ଡା ,ଜ୍ୱର ବିପଦ ସାଜିଥିବା ବେଳେ ଜମି ରହିଥିବା ପାଣିରେ ପଶି ଛୋଟ ଠାରୁ ବଡ ସମସ୍ତେ ଯାଆସ କରୁଛନ୍ତି । ଏ ସମସ୍ୟା ବାବଦରେ ଗ୍ରାମବାସୀମାନେ ସ୍ଥାନୀୟ ସରପଂଚକୁ ବାରମ୍ବାର ଅବଗତ କରିଥିବା ବେଳେ ସମସ୍ୟାର ସମାଧାନ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଲୋକେ । ତାହାସହ ପାଣି ନିଷ୍କାସନ ବାଟକୁ ଅବରୋଧ ମୁକ୍ତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.