ମିଛ ତଥ୍ୟ ପରିବେଷଣ କରିବା ପଡ଼ିଲା ମହଙ୍ଗା, ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ୨୦୦ କୋଟିର ମାନହାନି ନୋଟିସ ଜାରି

ଦିବଂଗତ ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସନ୍ଦୀପ ସିଂହ ରିପବ୍ଲିକ ଟିଭି ତଥା ଏହାର ପ୍ରମୁଖ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ମାନହାନି ନୋଟିସ ଜାରି କରିବା ସହିତ ୨୦୦ କୋଟି ଟଙ୍କାର ଜରିମାନା ଦାବି କରିଛନ୍ତି। ରିପବ୍ଲିକ ଟିଭି ତାଙ୍କୁ ଅନେକ ଥର ଅପରାଧମୂଳକ ବାର୍ତ୍ତା ପଠାଇଛନ୍ତି ବୋଲି ସୋସିଆଲ ମିଡିଆରେ ସନ୍ଦୀପ କହିଛନ୍ତି। ସେ ପଠାଇଥିବା ଆଇନଗତ ନୋଟିସରେ ରିପବ୍ଲିକ ଟିଭି ତଥା ସମ୍ପାଦକଙ୍କୁ ଜଣେ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଏବଂ ହତ୍ୟାକାରୀ ବୋଲି କୁହାଯାଇଛି। ତେବେ ଏହି ନ୍ୟୁଜ ଚ୍ୟାନେଲର ଜଣେ ଅଧିକାରୀ ସନ୍ଦୀପଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଚ୍ୟାନେଲକୁ ଆର୍ଥିକ ସାହାଯ୍ୟ କରିବାକୁ ରାଜି ନହେଲେ ତାଙ୍କ ବିରୁଦ୍ଧରେ ଏହିଭଳି ଖବର ପ୍ରସାରିତ ହେବ ବୋଲି କହିଥିବାର ସନ୍ଦୀପ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଜାରି କରାଯାଇଥିବା ନୋଟିସରେ ରିପବ୍ଲିକ ଟିଭି ଦ୍ୱାରା ପ୍ରସାରିତ କାର୍ଯ୍ୟକ୍ରମ ମାଧ୍ୟମରେ ସନ୍ଦୀପଙ୍କୁ ବଦନାମ୍‌ କରାଯାଇଥିବାର ଅଭିଯୋଗ ରହିଛି। ଏକ ମିଡିଆ ସେଗମେଣ୍ଟ ଅନୁସାରେ ସୁଶାନ୍ତଙ୍କ ମୃତ ଶରୀରକୁ କୁପର ହସ୍ପିଟାଲକୁ ନେବା ପାଇଁ ସନ୍ଦୀପ ଆମ୍ବୁଲାନ୍ସକୁ କହିଥିଲେ ବୋଲି ତାଙ୍କ ବିରୁଦ୍ଧରେ ମିଛ ଆରୋପ ଲଗାଯାଇଥିଲା । ସେହିପରି ସନ୍ଦୀପଙ୍କ ବିରୁଦ୍ଧରେ ମିଛ ଆରୋପ ଲଗାଇ ସେ ସୁଶାନ୍ତଙ୍କ କେସ୍‌ରେ ସିବିଆଇ ତଦନ୍ତ ଚାହୁଁନାହାନ୍ତି ବୋଲି ପ୍ରମାଣ କରାଯାଇଥିଲା। ଏହାପରେ ରିପବ୍ଲିକ ଚ୍ୟାନେଲ ତରଫରୁ #ArrestSandeepSsingh ଟ୍ୟାଗର ଅଭିଯାନ ଚାଲିଥିଲା।

arnav2

ସେହିପର ଅଗଷ୍ଟ ୨୨ ଏବଂ ଅଗଷ୍ଟ ୨୪ ତାରିଖରେ ରିପବ୍ଲିକ ଟିଭିର କିଛି ସାମ୍ବାଦିକ ସନ୍ଦୀପଙ୍କ ଘରକୁ ଜୋର ଜବରଦସ୍ତ ପଶି ତାଙ୍କ ସିକ୍ୟୁରିଟି ଗାର୍ଡ ଏବଂ ଘରୋଇ ସହାୟକଙ୍କୁ ହଇରାଣ କରିଥିଲେ ବୋଲି ସିଂହ ଅଭିଯୋଗ କରିଛନ୍ତି। ତେବେ ରିପବ୍ଲିକ ଟିଭି ବିରୁଦ୍ଧରେ ଭାରତୀୟ ଦଣ୍ଡ ବିଧାନର ଧାରା ୪୯୯ ଅନୁଯାୟୀ ମାନହାନୀରର ନୋଟିସ୍‌ ସନ୍ଦୀପଙ୍କ ଓକିଲ ରାଜେଶ କୁମାରଙ୍କ ଦ୍ୱାରା ପଠାଯାଇଛି ଯାହା ଧାରା ୫୦୦ ଦଣ୍ଡର ଅନ୍ତର୍ଭୁକ୍ତ।

ତେବେ ସନ୍ଦୀପ ବିରୁଦ୍ଧରେ ସମସ୍ତ ଫୁଟେଜ, ଲେଖା ଏବଂ ରିପୋର୍ଟ ହଟାଇବା ସହିତ କ୍ଷମା ମାଗିବା ପାଇଁ ମଧ୍ୟ ରିପବ୍ଲିକ ଟିଭିକୁ ନୋଟିସ ମାଧ୍ୟମରେ ଦାବି କରାଯାଇଛି। ଯଦି ଆଗାମୀ ୧୫ ଦିନ ମଧ୍ୟରେ ନୋଟିସରେ ଜାରି କରାଯାଇଥିବା ଦାବି ପାଳନ ନହୁଏ ତେବେ କୋର୍ଟରେ ମକଦ୍ଦମା ଦାଖଲ କରାଯିବ ଏବଂ ମାନହାନି ପାଇଁ ଜୋରିମାନା ମଧ୍ୟ ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.