Below header

ଦିଲ୍ଲୀ ରାଜରାସ୍ତାରେ କାର ଡ୍ରାଇଭରଙ୍କ ଦାଦାଗିରି, ଟ୍ରାଫିକ କର୍ମଚାରୀଙ୍କୁ ଘୋଷାଡ଼ି ନେଲେ ଖଣ୍ଡେ ବାଟ

ଦିଲ୍ଲୀ ରାଜରାସ୍ତାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଯାହାକୁ ଦେଖି ଆପଣଙ୍କ ଲୋମ ଶିହରି ଉଠିବ । ଦିଲ୍ଲୀ ରାଜରାସ୍ତାରେ ଟ୍ରାଫିକ ଚେକିଂ ଚାଲିଥିବା ବେଳେ ଜଣେ କାର ଡ୍ରାଇଭରଙ୍କ ଔଦ୍ଧତ୍ୟ ଦେଖିବାକୁ ମିଳିଛି । ହୁଏତ ଏହି ଔଦ୍ଧତ୍ୟ କାରଣରୁ ଜଣେ ଟ୍ରାଫିକ କର୍ମଚାରୀଙ୍କ ଜୀବନ ଯାଉ ଯାଉ ରକ୍ଷା ପାଇଯାଇଛି । ପ୍ରକୃତରେ ଘଟଣାଟି ଘଟିଛି ଏହିପରି । ଅତି ଦ୍ରୁତ ଗତିରେ ଆସୁଥିବା ଜଣେ କାର ଚାଳକଙ୍କୁ ଅଟକାଇଥିଲେ ଟ୍ରାଫିକ କର୍ମଚାରୀ । ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ ପାଇଁ ମାଗିବା ବେଳେ ପୋଲିସ କର୍ମୀଙ୍କ ତାଗିଦାକୁ ଖାତିର ନକରି କାରଟି ନରହି ଆଗକୁ ମାଡି ଚାଲିଥିଲା । ଏହି ସମୟରେ ଗାଡି ଆଗରେ ଟ୍ରାଫିକ କର୍ମଚାରୀ ଜଣଙ୍କ ଛିଡା ହୋଇଥିବା ବେଳେ ତାଙ୍କୁ ଖାତିର ନକରି ଗାଡିଟି ତାଙ୍କୁ ନେଇ ପଳାଇଥିଲେ ।

ହେଲେ ଟ୍ରାଫିକ କର୍ମଚାରୀ ଜଣକ ଦମ୍ଭ ଦେଖାଇ ଗାଡି ବୋନେଟରେ କିଛି ମିଟର ଯାଇ ଗାଡିଟିକୁ ଅଟକାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କରିଥିଲେ । କିନ୍ତୁ କିଛି ସମୟ ପରେ ଭାରସ୍ୟାମ  ହରାଇ ସେ ଗାଡିର ବୋ ନେଟରୁ ଖସି ପଡିଥିଲେ । ପଛ ପଟରୁ ଅନେକ ଗାଡି ଆସୁଥିଲେ ମଧ୍ୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଟ୍ରାଫିକ କର୍ମଚାରୀ ଜଣଙ୍କ । ପରେ ଡ୍ରାଇଭର ଶୁଭମ୍‌ ନାଁରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଥାନାରେ ଏଫଆଇଆର ଦର୍ଜ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.