ପରମାଣୁ ଅସ୍ତ୍ରର ଘାତକ ପ୍ରଭାବକୁ କମ କରିପାରେ ଧୂଳି କଣିକା, ଦାବି କଲେ ଭାରତୀୟ ବୈଜ୍ଞାନିକ

ଭାରତୀୟ ବୈଜ୍ଞାନିକ ଡକ୍ଟର ମୀରା ଚଡା ଦାବି କରିଛନ୍ତି, ପରମାଣୁ ଅସ୍ତ୍ରର ଘାତକ ପ୍ରଭାବକୁ ଧୂଳି କଣିକା ଦ୍ୱାରା କମ କରାଯାଇପାରିବ। ଏନେଇ ଡା.ଚଡାଙ୍କୁ ରିସର୍ଚ୍ଚ ରୟାଲ ସୋସାଇଟି ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନ ବିଜ୍ଞାନ ଏବଂ ପ୍ରଦୋଗିକି ମନ୍ତ୍ରାଳୟର କିରନ ବିଭାଗ ଅଧୀନରେ ଆୟୋଜିତ ହେବାକୁ ଥିବା ଓ୍ଵମେନ ସାଇଣ୍ଟିଷ୍ଟ ସ୍କିମ୍‌ ର ଏକ ଅଂଶ। ସୂଚନା ମୁତାବକ ଦିଲ୍ଲୀର ନେତାଜୀ ସୁଭାଷ ଚନ୍ଦ୍ର ଇଷ୍ଟିଚ୍ୟୁଟରେ ବୈଜ୍ଞାନିକ ଡା.ଚଡା ଅଧ୍ୟୟନରେ ଗାଣିତିକ ମଡେଲରେ କହିଛନ୍ତି, ଧୂଳି କଣିକା ସାହାଯ୍ୟରେ ପରମାଣୁ ଅସ୍ତ୍ରର ଘାତକ ପ୍ରଭାବକୁ କମ କରାଯାଇପାରିବ।

ପ୍ରକାଶିତ ଡକ୍ଟର ଚଡାଙ୍କ ଅଧ୍ୟୟନରେ ଦର୍ଶାଯାଇଛି ଉଚ୍ଚ ତୀବ୍ରତା (ବିଶେଷକରି ଆଣବିକ ଅସ୍ତ୍ର) ବିସ୍ଫୋରଣ ପରେ ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ବିସ୍ଫୋରଣରୁ ଉତ୍ପନ୍ନ ଶକ୍ତି ଧୂଳି କଣିକା ଦ୍ୱାରା ହ୍ରାସ ହୋଇପାରିବ। ବିସ୍ଫୋରଣ ପରେ ସୃଷ୍ଟି ହୋଇଥିବା ତରଙ୍ଗ କିପରି ହ୍ରାସ ପାଇଛି ସେ ନିଜ ମଡେଲରେ ମଧ୍ୟ ଦର୍ଶାଇଛନ୍ତି। ଏହି ଅଧ୍ୟୟନ ବିଷୟରେ ଡକ୍ଟର ଚଡା କୁହନ୍ତି, ‘ମୋର ପିଏଚଡି ସମୟରେ ମୁଁ ଶକ୍ ତରଙ୍ଗ ବିଷୟରେ ପଢିଥିଲି, ଧୂଳି କଣିକା କିପରି ଏହି ତରଙ୍ଗକୁ ଦୁର୍ବଳ କରିଥାଏ | ଏଥିସହ, ମୁଁ ‘ସାଇନ୍ସ ଟୁଓ୍ଵାର୍ଡସ ସ୍ପ୍ରିଚ୍ୟୁଲିଟି’ ବହି ପଡିଥଇଲି, ଯେଉଁଥିରେ ପୂର୍ବତନ ରାଷ୍ଟ୍ରପତି ଡ.ଅବଦୁଲ କଲାମଙ୍କୁ ପଚରାଯାଇଥିଲା, ‘କ’ଣ ବିଜ୍ଞାନ ଶୀତଳ ବୋମା ତିଆରି କରିପାରିବ, ଯାହାର ବ୍ୟବହାର ପରମାଣୁ ବମ ବିସ୍ଫୋରଣକୁ ନିଷ୍କ୍ରି୍ରୟ କରିବା କିମ୍ବା ଏହାକୁ ପ୍ରଭାବହୀନ କରାଯାଇପାରିବ? ଏହାପରେ ମୁଁ ଏହି ଦିଗରେ ଚିନ୍ତା କରିବା ଆରମ୍ଭ କରିଥିଲି।

meera1ପରମାଣୁ ଅସ୍ତ୍ର ବିସ୍ଫୋରଣ ଏବଂ ଧୂଳି କଣିକାର ତରଙ୍ଗ ଉପରେ ସମ୍ଭାବ୍ୟ ପ୍ରଭାବ ଉପରେ ଡକ୍ଟର ଚଡା ଏକ ଗମ୍ଭୀର ଅଧ୍ୟୟନ କରିଛନ୍ତି। ସୂଚନା ମୁତାବକ ‘ଓ୍ଵମେନ ସାଇଣ୍ଟିଷ୍ଟ ସ୍କିମ୍‌’ ବିଜ୍ଞାନ ଏବଂ ପ୍ରଦ୍ୟୋଗିକୀ ମନ୍ତ୍ରାଳୟର ଏକ ଫେଲୋସିପ୍‌ କାର୍ଯ୍ୟକ୍ରମ। ଏହି ଜରିଆରେ ସେହି ମହିଳା ବୈଜ୍ଞାନିକମାନଙ୍କୁ ପୁଣି ଥରେ ମୁଖ୍ୟଧାରାରେ ଆସିବାର ସୁଯୋଗ ମିଳିବ, ଯେଉଁମାନେ ନିଜ କ୍ୟାରିୟରରେ ବୈଜ୍ଞାନିକ ଅଧ୍ୟୟନ ପାଇଁ ଅବକାଶ ନେଇଛନ୍ତି। ଡ.ଚଡା ମଧ୍ୟ ଏହି ସୁଯୋଗର ଲାଭ ଉଠାଇଛନ୍ତି।

ଡ.ଚଡାଙ୍କୁ WOS ଯୋଜନା ଦ୍ୱାରା ବହୁତ ସାହାଯ୍ୟ କରାଯାଇଥିଲା | ଏହାଦ୍ୱାରା ଅଧ୍ୟୟନରେ ବ୍ୟବହାର ହେଉଥିବା ଉପକରଣ ଏବଂ ଫଣ୍ଡର ବ୍ୟବସ୍ଥା ସହଜରେ ହୋଇପାରିଛି ଏବଂ ତାଭ୍କୁ ତାଙ୍କର ସ୍ୱପ୍ନ ସାକାର କରିବାରେ ସାହାଯ୍ୟ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.