ଟ୍ରେନ୍‌ରେ ଯାତ୍ରା କରିବା ବେଳେ ଏସବୁ ଭୁଲ ଜମା ବି କରନ୍ତୁନି, ହୋଇପାରେ ଜେଲ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ କରୋନା ସଂକ୍ରମଣରୁ ବର୍ତ୍ତିବାକୁ ରେଳ ବିଭାଗ ତରଫରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହାର ଉଲ୍ଲଂଘନ ଯାତ୍ରୀଙ୍କୁ ମହଙ୍ଗା ପଡ଼ିବ। ଏସବୁ ନିୟମ ଉଲ୍ଲଂଘନ କରିଥିବା ପ୍ରମାଣିତ ହେଲେ ଦୋଷୀକୁ ମୋଟା ଅଙ୍କର ଜରିମାନା କିମ୍ବା ଜେଲ ଦଣ୍ଡ ବି ହୋଇପାରେ। ପାର୍ବଣକୁ ଦୃଷ୍ଟିରେ ରଖି ରେଳ ବିଭାଗ ତରଫରୁ ନୂଆ ୩୯୨ଟି ଟ୍ରେନ୍‌ ଚଳାଚଳ କରିବାକୁ ଘୋଷଣା କରାଯାଇଛି। ଦଶହରା ସମୟରେ ଯାତ୍ରୀମାନେ ବହୁ ସଂଖ୍ୟାରେ ଘରକୁ ଯାତ୍ରା କରିବା ସମ୍ଭାବନା ଥିବାରୁ ବିଭାଗ ତରଫରୁ ଅଧିକ ଟ୍ରେନ୍‌ ଚଳାଚଳ କରିବା ନିଷ୍ପତ୍ତି ନିଆଯାଇଛି। ତେବେ ରେଳ ଯାତ୍ରା ବେଳେ ଯାତ୍ରୀମାନେ କରୋନା ଗାଇଡ୍‌ଲାଇନ୍‌ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି।

train

ତେବେ ଆସନ୍ତୁ ଜାଣିବା କ’ଣ ରହିଛି ରେଲୱେର ଗାଇଡ୍‌ଲାଇନ୍‌…

  • ଯାତ୍ରା ବେଳେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିିବା ଓ ସାମାଜିକ ଦୂରତ୍ୱ ପାଳନ କରିବା ଅନିବାର୍ଯ୍ୟ।
  • ଯଦି କୌଣସି ଯାତ୍ରୀଙ୍କ ପାଖରେ କରୋନା ଲକ୍ଷଣ ପ୍ରକାଶ ପାଉଛି ତେବେ ତାଙ୍କୁ ରେଲୱେ ଆକ୍ଟ ଅନୁସାରେ ଦଣ୍ଡ ଦିଆଯିବ। ଏସବୁ ଗାଇଡ୍‌ଲାଇନ୍‌ ରେଳ ପରିସରରେ ଏଣ୍ଟ୍ରି କରିବା ପରଠୁ ପାଳନ କରିବା ଅନିବାର୍ଯ୍ୟ।
  • ଟ୍ରେନ୍‌ରେ ସମସ୍ତ ଯାତ୍ରୀ ଠିକ୍‌ ଭାବେ ମୁହଁରେ ମାସ୍କ ପିନ୍ଧିବା ଆବଶ୍ୟକ।
  • ଏଥିସହ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଭିଡ଼କୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
  • ଯାତ୍ରା କରିବା ପୂର୍ବରୁ ଯାଞ୍ଚ ବେଳେ ଯଦି ଯାତ୍ରୀଙ୍କ ପାଖରେ କୋଭିଡ୍‌ ଲକ୍ଷଣ ପ୍ରକାଶ ପାଏ ତେବେ ତାଙ୍କ ଯାତ୍ରା ରୋକା ଯାଇପାରିବ।
  • ରେଳ ପରିସରରେ ଛେପ ଖଙ୍କାର ପକାଇଲେ ଦଣ୍ଡିତ କରାଯିବ। ରେଳ ପରିସରରେ ନିଜ ସହ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ହେବାକୁ ପଡ଼ିବ। କରୋନା ଭାଇରସ୍‌ ସମ୍ବନ୍ଧୀୟ କୌଣସି ଗତିବିଧି ନଜରକୁ ଆସିଲେ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ।
  • ଷ୍ଟେସନ୍‌ରେ କିମ୍ବା ରେଳ ପରିସରରେ ଯଦି କେହି ମାଦକ ଦ୍ରବ୍ୟ ସହ ଧରାପଡ଼େ ତେବେ ତାଙ୍କୁ ୧ ମାସ ଯାଏଁ ଜେଲଦଣ୍ଡରେ ଦଣ୍ଡିତ କରାଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.