Categories: ରାଜ୍ୟ

ଘଟଗାଁ ଢେଙ୍କିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା , ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଘଟଗାଁ(କେନ୍ୟୁଜ୍): ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର । କେନ୍ଦୁଝର ଜିଲ୍ଳା ଘଟଗାଁ ବ୍ଲକ ଅଞ୍ଚଳରେ ଥିବା ଢେଙ୍କିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ସମସ୍ୟା ଦେଖାଦେଇଛି । ଡାକ୍ତରଖାନାରେ ନିୟୋଜିତ ଥିବା ଜଣେ ମାତ୍ର ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଚାଲିଯିବା ପରେ ଏହି ପଦବୀ ଦୀର୍ଘମାସ ହେଲା ଖାଲି ପଡିଛି । ଯାହାଫଳରେ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ୧୨ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖୁବଶୀଘ୍ର ଏଠାରେ ଡାକ୍ତର ନିଯୁକ୍ତ ନହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । କେବଳ ଢେଙ୍କିକୋଟ ନୁହେଁ ଘଟଗାଁ ବ୍ଲକର ପଣ୍ଡାପଡା ଓ ଝାରବେଡା ଆଦି ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ।

KNews Bureau

Recent Posts

ମା’ ସିଂହାସନୀଙ୍କ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ରଜପର୍ବ, ଛୁଟିଲା ଭକ୍ତଙ୍କ ସୁଅ

ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି…

5 mins ago

ଓ୍ଵାଟର ପାର୍କରେ ସ୍ଲାଇଡିଂ କରିବା ବେଳେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ, ହାର୍ଟ ଆଟାକ୍‌ ଆଶଙ୍କା

ଉତ୍ତର ପ୍ରଦେଶର ମେରଠରେ ଥିବା ଏକ ଓ୍ଵାଟର ପାର୍କରେ ଘଟିଛି ବଡ଼ ଦୁର୍ଘଟଣା । ଏଠାରେ ସ୍ଲାଇଡିଂ କରିବା ସମୟରେ…

8 mins ago

୨୭ ଟିକିଆ ହାତୀପଲଙ୍କ ଉତ୍ପାତ, ବନ ବିଭାଗର ମୁଣ୍ଡବିନ୍ଧା

କରଞ୍ଜିଆ : କେନ୍ଦୁଝର ଓ ମୟୂରଭଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ଲୋକଙ୍କ ଆଖିରୁ ନିଦ ହଜି ଗଲାଣି…

8 mins ago

୧୫ ଫୁଟର ଅଜଗର ଉଦ୍ଧାର, ଛଡ଼ାଗଲା ଜଙ୍ଗଲରେ

ମୋହନା : ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି…

24 mins ago

ନାଗପୁର: ସପିଂ କରି ଫେରୁଥିବା ବେଳେ ସେନା ଅଟୋକୁ ଧକ୍କା ଦେଲା ବସ୍‌; ୨ ଯବାନ ମୃତ, ୬ ଗୁରୁତର

ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍‌ରେ ଏକ ଦ୍ରୁତଗାମୀ…

26 mins ago

ଏଠି ସ୍ୱାର୍ଥ କି ଅର୍ଥ ନୁହେଁ, ଦିବ୍ୟାଙ୍ଗ ଦୁଇ ଭାଇଙ୍କ ଭିତରେ ରହିଛି ଅନାବିଳ ସ୍ନେହ

ଉଦଳା(କେନ୍ୟୁଜ): ମୋ ଭାଇର ଇଚ୍ଛା ହେଇଛି ସେ ବଜାର ବୁଲିଯିବ । ତେଣୁ ତାକୁ ନେଇ ଚାଲିଆସିଛି ଟିକେ ବୁଲେଇ ନେବା…

30 mins ago