Below header

ଘଟଗାଁ ଢେଙ୍କିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା , ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଘଟଗାଁ(କେନ୍ୟୁଜ୍): ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର । କେନ୍ଦୁଝର ଜିଲ୍ଳା ଘଟଗାଁ ବ୍ଲକ ଅଞ୍ଚଳରେ ଥିବା ଢେଙ୍କିକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ସମସ୍ୟା ଦେଖାଦେଇଛି । ଡାକ୍ତରଖାନାରେ ନିୟୋଜିତ ଥିବା ଜଣେ ମାତ୍ର ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଚାଲିଯିବା ପରେ ଏହି ପଦବୀ ଦୀର୍ଘମାସ ହେଲା ଖାଲି ପଡିଛି । ଯାହାଫଳରେ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ୧୨ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖୁବଶୀଘ୍ର ଏଠାରେ ଡାକ୍ତର ନିଯୁକ୍ତ ନହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । କେବଳ ଢେଙ୍କିକୋଟ ନୁହେଁ ଘଟଗାଁ ବ୍ଲକର ପଣ୍ଡାପଡା ଓ ଝାରବେଡା ଆଦି ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.