ରାଜ୍ୟ

ପଇସା ଅଭାବରୁ ଅଧାରୁ ରହିଯାଇଥାନ୍ତା ଡାକ୍ତରୀ ପାଠପଢା, ସହାୟତାର ହାତ ବଢାଇ ମନରେ ଆଶା ସଞ୍ଚାର କରାଇଲେ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ(ବ୍ୟୁରୋ): ଅର୍ଥ ଅଭାବ ଯୋଗୁଁ ପ୍ରଥମ ବର୍ଷ ଡାକ୍ତରୀ ପାଠ ପଢି ସାରିବା ପରେ ପାଠରେ ଡୋରୀ ବନ୍ଧା ହୋଇଥାନ୍ତା । କିସ୍‌ ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଠାରୁ ସହାୟତା ପାଇବା ପରେ ଡାକ୍ତରୀ ଛାତ୍ରଙ୍କ ମନରେ ଆଶା ସଞ୍ଚାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ହଳଦୀପଦା ଗାଁର ଗରିବ ଓ ମେଧାବୀ ଛାତ୍ର ଜ୍ୟୋତି ରଞ୍ଜନ ଦାସ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୮-୧୯ ଶିକ୍ଷାବର୍ଷରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ । ପ୍ରଥମ ବର୍ଷ ଶିକ୍ଷା ସମାପ୍ତ ହେବା ପରେ ଅର୍ଥାଭାବରୁ ସେ ଆଗକୁ ଆଉ ବଢି ପାରି ନଥିଲେ । ପିତା ପ୍ରଶାନ୍ତ ଦାସ ଦରଜୀ ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରନ୍ତି । ପୁଅର ଡାକ୍ତରୀ ପଢା ପାଇଁ ସେ ଅର୍ଥ ଯୋଗାଇ ନପାରିବାରୁ ବାଧ୍ୟ ହୋଇ ଜ୍ୟୋତିରଞ୍ଜନ ଏମବିବିଏସ ପାଠ ପଢାରୁ ବଞ୍ଚିତ ହୋଇଥିଲେ ।

ଇତିମଧ୍ୟରେ ସେ କିସ୍‌ ଫାଉଣ୍ଡେସନ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା ପାଇଁ ସହୟତା କରୁଥିବା ଜାଣିବା ପରେ ସେ ଏହାର ପ୍ରତିଷ୍ଠାତା ଡ.ସାମନ୍ତଙ୍କ ନିକଟରେ ପହଞ୍ଚିଥିଲେ । ଡ.ସାମନ୍ତ ଜ୍ୟୋତିରଞ୍ଜନଙ୍କ ଠାରୁ ତାଙ୍କର ଆର୍ଥିକ ଦୁରବସ୍ଥା ଏବଂ ସେ ଜଣେ ମେଧାବୀ ଛାତ୍ର ଜାଣିବା ପରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି । ତାଙ୍କର ଡାକ୍ତରୀ ଶିକ୍ଷା ସମାପ୍ତ ପର୍ଯ୍ୟନ୍ତ ପ୍ରତିମାସ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଡ.ସାମନ୍ତ ଜ୍ୟୋତିରଞ୍ଜନ ଓ ତାଙ୍କ ପିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ସହ ଆବଶ୍ୟକ ହେଲେ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ମଧ୍ୟ ଡ.ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଜ୍ୟୋତିରଞ୍ଜନ ମ୍ୟାଟ୍ରିକ ଓ ଯୁକ୍ତ ୨ ବିଜ୍ଞାନରେ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗୋଟିଏ ଥରରେ ଡାକ୍ତରୀ ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଣିକି ଜ୍ୟୋତିରଞ୍ଜନଙ୍କ ପାଠ ପଢାରେ ଆଉ କୈଣସି ଅସୁବିଧା ହେବ ନାହିଁ ବୋଲି ଡ.ସାମନ୍ତ କହିଛନ୍ତି । ସେପଟେ ଉଭୟ ଜ୍ୟୋତି ରଞ୍ଜନ ଓ ତାଙ୍କ ପିତା ପ୍ରଶାନ୍ତ ଡ. ସାମନ୍ତ ଏବଂ କିସ୍‌ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି ।

KNews Bureau

Recent Posts

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

12 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

18 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

24 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

32 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

56 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

1 hour ago