ରାଜ୍ୟ

ଟାଇମସ୍‌ ହାଇଅର ଏଜୁକେସନ ଏମର୍ଜିଂ ଇକୋନୋମି ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗରେ କିଟ୍ ରହିଲା ୨୫୧-୩୦୦ ର‍୍ୟାଙ୍କରେ

କେନ୍ୟୁଜ୍(ବ୍ୟୁରୋ): ଟାଇମସ୍‌ ହାଇଅର ଏଜୁକେସନ ଏମର୍ଜିଂ ଇକୋନୋମି ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗ -୨୦୨୧ରେ କିଟ୍‌ ବିଶ୍ୱବିଦ୍ୟାଳୟ ୨୫୧-୩୦୦ ର‍୍ୟାଙ୍କରେ ରହିଛି । ମଙ୍ଗଳବାର ଟାଇମସ ହାଇଅର ଏଜୁକେସନ ଏମର୍ଜିଂ ଇକୋନୋମି ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗ -୨୦୨୧ ପ୍ରକାଶ ପାଇଥିବା ବେଳେ ଏଥିରେ ଏନ୍‌ଆଇଟି ରାଉରକେଲା ୨୦୧-୨୫୦ ଏବଂ ଆଇଆଇଟି ଭୁବନେଶ୍ୱର ୩୦୧-୩୫୦ ର‍୍ୟାଙ୍କରେ ରହିଛନ୍ତି । ଗତବର୍ଷ ଏହି ର‍୍ୟାକିଙ୍ଗରେ କିଟ୍‌ ବିଶ୍ୱବିଦ୍ୟାଳୟ ୩୦୧-୩୫୦ ର‍୍ୟାଙ୍କରେ ରହିଥିଲା ।

ଚଳିତ ବର୍ଷ ଏଥିରେ କିଟ୍‌ର ଉନ୍ନତି ଘଟିଛି । ଓଡ଼ିଶାର ଅଳ୍ପ କେତୋଟି ଉଚ୍ଚତ୍ତର ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ଏହି ସମ୍ମାନଜନକ ବିଶ୍ୱ ର‍୍ୟାଙ୍କିଙ୍ଗରେ ସ୍ଥାନ ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଛି । ଶିକ୍ଷାଦାନ ଓ ଗବେଷଣାରେ ଉତ୍କର୍ଷବଜାୟ ରଖିବା ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରୟାସ ଜାରି ରଖିଛି । ଅଧିକରୁ ଅଧିକ ଉଚ୍ଚୋକୋଟୀର ଗବେଷଣା ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ସର୍ବଦା ଉତ୍ସାହିତ କରି ଆସିବା ସହ ପ୍ରୋତ୍ସାହନ ଯୋଗାଇ ଦେଇଆସୁଛି ।

ସେହିପରି ଶିକ୍ଷାଦାନ କ୍ଷେତ୍ରରେ ନୂତନ ସୃଜନ ଓ କୌଶଳକୁ ଉପଯୋଗ କରିଆସୁଛି । ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି କିଟ୍‌ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ବିଶ୍ୱ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗରେ ଉନ୍ନତ ପ୍ରଦର୍ଶନ ଦିଗରେ କିଟ୍‌ ବିଶ୍ୱବିଦ୍ୟାଳୟ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି ।

KNews Bureau

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

5 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago