ଟାଇମସ୍ ହାଇଅର ଏଜୁକେସନ ଏମର୍ଜିଂ ଇକୋନୋମି ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗରେ କିଟ୍ ରହିଲା ୨୫୧-୩୦୦ ର୍ୟାଙ୍କରେ
![kiit](https://knewsodisha.com/wp-content/uploads/2020/09/kiit.jpg)
କେନ୍ୟୁଜ୍(ବ୍ୟୁରୋ): ଟାଇମସ୍ ହାଇଅର ଏଜୁକେସନ ଏମର୍ଜିଂ ଇକୋନୋମି ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ -୨୦୨୧ରେ କିଟ୍ ବିଶ୍ୱବିଦ୍ୟାଳୟ ୨୫୧-୩୦୦ ର୍ୟାଙ୍କରେ ରହିଛି । ମଙ୍ଗଳବାର ଟାଇମସ ହାଇଅର ଏଜୁକେସନ ଏମର୍ଜିଂ ଇକୋନୋମି ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ -୨୦୨୧ ପ୍ରକାଶ ପାଇଥିବା ବେଳେ ଏଥିରେ ଏନ୍ଆଇଟି ରାଉରକେଲା ୨୦୧-୨୫୦ ଏବଂ ଆଇଆଇଟି ଭୁବନେଶ୍ୱର ୩୦୧-୩୫୦ ର୍ୟାଙ୍କରେ ରହିଛନ୍ତି । ଗତବର୍ଷ ଏହି ର୍ୟାକିଙ୍ଗରେ କିଟ୍ ବିଶ୍ୱବିଦ୍ୟାଳୟ ୩୦୧-୩୫୦ ର୍ୟାଙ୍କରେ ରହିଥିଲା ।
ଚଳିତ ବର୍ଷ ଏଥିରେ କିଟ୍ର ଉନ୍ନତି ଘଟିଛି । ଓଡ଼ିଶାର ଅଳ୍ପ କେତୋଟି ଉଚ୍ଚତ୍ତର ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ଏହି ସମ୍ମାନଜନକ ବିଶ୍ୱ ର୍ୟାଙ୍କିଙ୍ଗରେ ସ୍ଥାନ ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । କିଟ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଛି । ଶିକ୍ଷାଦାନ ଓ ଗବେଷଣାରେ ଉତ୍କର୍ଷବଜାୟ ରଖିବା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ପ୍ରୟାସ ଜାରି ରଖିଛି । ଅଧିକରୁ ଅଧିକ ଉଚ୍ଚୋକୋଟୀର ଗବେଷଣା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ସର୍ବଦା ଉତ୍ସାହିତ କରି ଆସିବା ସହ ପ୍ରୋତ୍ସାହନ ଯୋଗାଇ ଦେଇଆସୁଛି ।
ସେହିପରି ଶିକ୍ଷାଦାନ କ୍ଷେତ୍ରରେ ନୂତନ ସୃଜନ ଓ କୌଶଳକୁ ଉପଯୋଗ କରିଆସୁଛି । ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି କିଟ୍ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଓ ଗବେଷଣା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ବିଶ୍ୱ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗରେ ଉନ୍ନତ ପ୍ରଦର୍ଶନ ଦିଗରେ କିଟ୍ ବିଶ୍ୱବିଦ୍ୟାଳୟ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି ।