ରାଜ୍ୟ

କଲରାବାଙ୍କ କଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲରେ କୀର୍ତ୍ତି-୨୦୨୨ ଅନୁଷ୍ଠିତ: ଆସନ୍ତା ଶିକ୍ଷାବର୍ଷରେ ସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବ

କଟକ(କେନ୍ୟୁଜ୍):  କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ସ୍ଥିତ କଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲର ୧୬ତମ ବାର୍ଷିକ ଉତ୍ସବ କୀର୍ତ୍ତି-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସ୍କୁଲର ଚେୟାରପର୍ସନ ତଥା କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ ପୌରହିତ କରିଥିବା ବେଳେ ଅତିଥିଭାବେ ଓଲିଉଡ୍‌ ଅଭିନେତ୍ରୀ ପୁନମ ମିଶ୍ର, ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷାନୁଷ୍ଠାନ ହେଉଛି ଜ୍ଞାନ ଆହରଣର କେନ୍ଦ୍ରବିନ୍ଦୁ ଏବଂ ଏହି ଶିକ୍ଷାନୁଷ୍ଠାନରୁ ଦେଶ ଓ ଜାତିର ବିକାଶ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ଉପସ୍ଥିତ ଅତିଥି।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, କଲରାବାଙ୍କ ଗ୍ରାମ୍ୟ କମିଟିର ସଭାପତି ଅଞ୍ଜନ କୁମାର ସାମନ୍ତ, ସମ୍ପାଦକ ଅଭିନ୍ନଚନ୍ଦ୍ର କେଶ ଓ ପ୍ରଧାନଶିକ୍ଷକ ଆଶୁତୋଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାଥମିକ ଶିକ୍ଷା ହେଉଛି ବିଦ୍ୟାର୍ଥୀମାନଙ୍କର ମୂଳଦୁଆ ଓ ଶିକ୍ଷା ହିଁ ଜୀବନଜୀବିକାର ଏକମାତ୍ର ପଥ ବୋଲି କହିଥିଲେ ଉପସ୍ଥିତ ଅତିଥି । କଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଏହି ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସ୍କୁଲରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ୭ ଶହରୁ ଅଧିକ ପିଲା ଭାଗ ନେଇଥିବା ବେଳେ ୩ ହଜାରରୁ ଉର୍ଦ୍ଧ୍ଵ ଅଭିଭାବକ ଏହାକୁ ଉପଭୋଗ କରିଥିଲେ । ଆସନ୍ତା ଶିକ୍ଷାବର୍ଷ ଆରମ୍ଭରେ CBSE ଦ୍ୱାରା ସ୍ୱୀକୃତିପ୍ରାପ୍ତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବ ବୋଲି ଡକ୍ଟର ଇତି ସାମନ୍ତ ଘୋଷଣା କରିଥିଲେ ।  କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଶାସନିକ ଅଧିକାରି ସାଗରିକା ମହାପାତ୍ର ଓ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ ।

KNews Bureau

Recent Posts

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

3 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

9 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

16 mins ago

ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…

24 mins ago

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Xiaomi MIX Fold 4, ମିଳିବ ସାଟେଲାଇଟ୍ କନେକ୍ଟିଭିଟି ଫିଚର୍ସ

ସାଓମି ହେଉଛି ଭାରତର ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ କମ୍ପାନୀ । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ସାଓମି ସ୍ମାର୍ଟଫୋନ୍…

49 mins ago

ଦିଲ୍ଲୀ ଏୟାରପୋର୍ଟରେ ବିଦ୍ୟୁତ୍‌ କାଟ୍‌ ; ସିଷ୍ଟମ ଠପ୍‌, ବିମାନ ଉପରେ ପ୍ରଭାବ, ଯାତ୍ରୀ ହନ୍ତସନ୍ତ

ରାଜଧାନୀ ଦିଲ୍ଲୀରେ ବିଜୁଳି କାଟ୍‌ ହେବା ଯୋଗୁଁ ସବୁ କାର୍ଯ୍ୟରେ ପ୍ରଭାବ ପଡିଛି । ବିଜୁଳି କାଟ ହେବା ଯୋଗୁଁ…

53 mins ago