କଲରାବାଙ୍କ କଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲରେ କୀର୍ତ୍ତି-୨୦୨୨ ଅନୁଷ୍ଠିତ: ଆସନ୍ତା ଶିକ୍ଷାବର୍ଷରେ ସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବ

କଟକ(କେନ୍ୟୁଜ୍):  କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ସ୍ଥିତ କଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲର ୧୬ତମ ବାର୍ଷିକ ଉତ୍ସବ କୀର୍ତ୍ତି-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସ୍କୁଲର ଚେୟାରପର୍ସନ ତଥା କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ ପୌରହିତ କରିଥିବା ବେଳେ ଅତିଥିଭାବେ ଓଲିଉଡ୍‌ ଅଭିନେତ୍ରୀ ପୁନମ ମିଶ୍ର, ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷାନୁଷ୍ଠାନ ହେଉଛି ଜ୍ଞାନ ଆହରଣର କେନ୍ଦ୍ରବିନ୍ଦୁ ଏବଂ ଏହି ଶିକ୍ଷାନୁଷ୍ଠାନରୁ ଦେଶ ଓ ଜାତିର ବିକାଶ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ଉପସ୍ଥିତ ଅତିଥି।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, କଲରାବାଙ୍କ ଗ୍ରାମ୍ୟ କମିଟିର ସଭାପତି ଅଞ୍ଜନ କୁମାର ସାମନ୍ତ, ସମ୍ପାଦକ ଅଭିନ୍ନଚନ୍ଦ୍ର କେଶ ଓ ପ୍ରଧାନଶିକ୍ଷକ ଆଶୁତୋଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାଥମିକ ଶିକ୍ଷା ହେଉଛି ବିଦ୍ୟାର୍ଥୀମାନଙ୍କର ମୂଳଦୁଆ ଓ ଶିକ୍ଷା ହିଁ ଜୀବନଜୀବିକାର ଏକମାତ୍ର ପଥ ବୋଲି କହିଥିଲେ ଉପସ୍ଥିତ ଅତିଥି । କଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଏହି ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସ୍କୁଲରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ୭ ଶହରୁ ଅଧିକ ପିଲା ଭାଗ ନେଇଥିବା ବେଳେ ୩ ହଜାରରୁ ଉର୍ଦ୍ଧ୍ଵ ଅଭିଭାବକ ଏହାକୁ ଉପଭୋଗ କରିଥିଲେ । ଆସନ୍ତା ଶିକ୍ଷାବର୍ଷ ଆରମ୍ଭରେ CBSE ଦ୍ୱାରା ସ୍ୱୀକୃତିପ୍ରାପ୍ତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବ ବୋଲି ଡକ୍ଟର ଇତି ସାମନ୍ତ ଘୋଷଣା କରିଥିଲେ ।  କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଶାସନିକ ଅଧିକାରି ସାଗରିକା ମହାପାତ୍ର ଓ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.