ସମ୍ବଲପୁର(କେନ୍ୟୁଜ୍): ପ୍ରବାସୀ ଶ୍ରମିକଙ୍କ ଗୋଟିଏ ପରେ ଗୋଟିଏ ବିକଳ ଛବି ସାରାଦେଶବାସୀଙ୍କୁ ହୃଦୟ ତରଳାଇ ଦେଇଛି। ଲକ ଡାଉନ ପରେ ପ୍ରତିଦିନ ପ୍ରବାସୀ ଶ୍ରମୀକ ଯେଉଁ ଭଳି ଭାବରେ ଗୋଟିଏ ପରେ ଗୋଟିଏ ଯନ୍ତ୍ରଣା ଭୋଗୀ ନିଜା ଭିଟାମାଟି ମୁହାଁ ହେଉଛନ୍ତି ତାହା ଏବେ ସରକାରୀ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କେଉଁଠି ଶ୍ରମିକ ଚାଲୁଛି ଯେ ଚାଲୁଛି, ହେଲେ ବାଟ ସରୁନି । ପୁଣି କେଉଁଠି ଭୋକିଲା ମଣିଷ ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛି । ଏହାରି ଭିତରେ ସମ୍ବଲପୁରରୁ ସାମ୍ନାକୁ ଆସିଛି ମାନବିକତାକୁ ଦେହାଲାଇ ଦେଲା ଭଳି ଦୃଶ୍ୟ। ନିଜ ପଞ୍ଚାୟତରେ ସଙ୍ଗରୋଧ ଗୃହ ଥାଇ ବି ରହିବାକୁ ଜାଗା ମିଳିଲା ନାହିଁ ତେଣୁ ବାଧ୍ୟ ହୋଇ ୪ ଦିନ ହେବ ଏମିତି ଗଛମୂଳେ ସଙ୍ଗରୋଧରେ ଅଛନ୍ତି ବାଲେଶ୍ୱର ଜଳେଶ୍ୱରରୁ ଫେରିଥିବା ଦୁଇ ଜଣ ଶ୍ରମିକ ସମ୍ବଲପୁର ଜିଲ୍ଲା ଘେନୁପାଲି ପଂଚାୟତର ଏହି ୨ ଜଣ ଶ୍ରମିକ ଧାନ କାଟିବା ପାଇଁ ବାଲେଶ୍ୱର ଯାଇଥିଲେ ।
ତାଲାବନ୍ଦ ଯୋଗୁଁ କାମ ନଥିବାରୁ ଘରକୁ ଫେରିଛନ୍ତି ଶ୍ରମିକମାନେ । ହେଲେ ଜିଲ୍ଲା ବାହାରୁ ଫେରିଥିବାରୁ ପଂଚାୟତ ସଂଗରୋଧ କେନ୍ଦ୍ରରେ ରହିବା ପାଇଁ ଜାଗା ମିଳିଲା ନାହିଁ । ଘରେ ସଂଗରୋଧରେ ରହିବା ପାଇଁ କୁହାଯାଇଛି । ହେଲେ ଘରେ ସଂଗରୋଧରେ ରହିବା ପାଇଁ ବ୍ୟବସ୍ଥା ନଥିବାରୁ ଶ୍ରମିକ ଦୁଇ ଜଣ ଗଛମୂଳେ ରହୁଛନ୍ତି ।
ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…
ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…
କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…
ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…
କେନ୍ୟୁଜ୍: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା…
ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ…