ସମ୍ବଲପୁର: ପଞ୍ଚାୟତ କ୍ବାରେଣ୍ଟାଇନ ସେଣ୍ଟରରେ ମିଳିଲାନି ଜାଗା, ୪ ଦିନ ହେବ ଗଛମୂଳେ ସଙ୍ଗରୋଧରେ ରହିଛନ୍ତି ଶ୍ରମିକ

ସମ୍ବଲପୁର(କେନ୍ୟୁଜ୍): ପ୍ରବାସୀ ଶ୍ରମିକଙ୍କ ଗୋଟିଏ  ପରେ  ଗୋଟିଏ  ବିକଳ ଛବି ସାରାଦେଶବାସୀଙ୍କୁ  ହୃଦୟ ତରଳାଇ ଦେଇଛି।  ଲକ ଡାଉନ ପରେ ପ୍ରତିଦିନ ପ୍ରବାସୀ ଶ୍ରମୀକ ଯେଉଁ ଭଳି ଭାବରେ  ଗୋଟିଏ ପରେ ଗୋଟିଏ ଯନ୍ତ୍ରଣା ଭୋଗୀ ନିଜା ଭିଟାମାଟି ମୁହାଁ ହେଉଛନ୍ତି ତାହା ଏବେ ସରକାରୀ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ  କରୁଛି। କେଉଁଠି ଶ୍ରମିକ ଚାଲୁଛି ଯେ ଚାଲୁଛି, ହେଲେ ବାଟ ସରୁନି । ପୁଣି କେଉଁଠି ଭୋକିଲା ମଣିଷ ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛି । ଏହାରି ଭିତରେ ସମ୍ବଲପୁରରୁ ସାମ୍ନାକୁ ଆସିଛି  ମାନବିକତାକୁ ଦେହାଲାଇ ଦେଲା ଭଳି ଦୃଶ୍ୟ। ନିଜ ପଞ୍ଚାୟତରେ ସଙ୍ଗରୋଧ ଗୃହ ଥାଇ ବି ରହିବାକୁ ଜାଗା ମିଳିଲା ନାହିଁ ତେଣୁ  ବାଧ୍ୟ ହୋଇ ୪ ଦିନ ହେବ ଏମିତି ଗଛମୂଳେ ସଙ୍ଗରୋଧରେ ଅଛନ୍ତି ବାଲେଶ୍ୱର ଜଳେଶ୍ୱରରୁ ଫେରିଥିବା ଦୁଇ ଜଣ ଶ୍ରମିକ ସମ୍ବଲପୁର ଜିଲ୍ଲା ଘେନୁପାଲି ପଂଚାୟତର ଏହି ୨ ଜଣ ଶ୍ରମିକ ଧାନ କାଟିବା ପାଇଁ ବାଲେଶ୍ୱର ଯାଇଥିଲେ ।

TREE-2

ତାଲାବନ୍ଦ ଯୋଗୁଁ କାମ ନଥିବାରୁ ଘରକୁ ଫେରିଛନ୍ତି ଶ୍ରମିକମାନେ । ହେଲେ ଜିଲ୍ଲା ବାହାରୁ ଫେରିଥିବାରୁ ପଂଚାୟତ ସଂଗରୋଧ କେନ୍ଦ୍ରରେ ରହିବା ପାଇଁ ଜାଗା ମିଳିଲା ନାହିଁ । ଘରେ ସଂଗରୋଧରେ ରହିବା ପାଇଁ କୁହାଯାଇଛି । ହେଲେ ଘରେ ସଂଗରୋଧରେ ରହିବା ପାଇଁ ବ୍ୟବସ୍ଥା ନଥିବାରୁ ଶ୍ରମିକ ଦୁଇ ଜଣ ଗଛମୂଳେ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.