ଆମ୍ଫାନ ପାଇଁ ଚଳଚଞ୍ଚଳ ବାଲେଶ୍ୱର ଜିଲ୍ଲା ପ୍ରଶାସନ, ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ

ବାଲେଶ୍ୱର (କେ.ନ୍ୟୁଜ): କରୋନାକୁ ନେଇ ମନରୁ ଭୟ ନ ଛାଡୁଣୁ ପୁଣି ଏବେ ଲୋକଙ୍କ ମନରେ ଭୟ ସଞ୍ଚାର କଲାଣି ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଆମ୍ଫାନ। ତେବେ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ସ୍ୱଳ୍ପ ଥିବା ସୂଚାଇବା ପରେ ଏବେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ତେବେ ସମୁଦ୍ରକୂଳିଆ ଲୋକଙ୍କ ମଧ୍ୟରେ ଏହି ସାମୁଦ୍ରିକ ବାତ୍ୟା ପରିସ୍ଥିତି ଶୁଣି ମନରେ ଭୟ ସଞ୍ଚାର ହେଲାଣି। ବିଶେଷ କରି ବାଲେଶ୍ବର ଜିଲ୍ଲାର ୫ ଟି ବ୍ଲକ୍ ସମୁଦ୍ର ଉପକୂଳରେ ରହିଥିବା ହେତୁ ସେହି ଗାଁଗୁଡିକ ପାଇଁ ଚିନ୍ତା ବଢ଼ିଯାଇଛି। ଜିଲ୍ଲାର ପ୍ରାୟତଃ ବାତ୍ୟା ଆଶ୍ରୟସ୍ଥଳୀ ଏବେ କ୍ଵାରେଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ସମୁଦ୍ର ଉପକୂଳରେ ରହିଥିବା ମତ୍ସ୍ୟଜୀବୀ ଓ ଅଞ୍ଚଳବାସୀଙ୍କୁ କିଭଳି ଥଇଥାନ କରାଯିବ ତାହା ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସାଜିଛି।

The first cyclone of the season 'Amfan' could be ready in a few ...

ଅନ୍ୟପଟେ ପ୍ରଶାସନପକ୍ଷରୁ ସାମୁଦ୍ରିକ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ବାଲେଶ୍ୱର ଜିଲ୍ଲାର 140 ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ 58ଟି କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଥିବାବେଳେ ଏବେ ଯଦି ଲୋକଙ୍କୁ ସ୍ଥାନାନ୍ତରଣ ଆବଶ୍ୟକ ପଡ଼େ ତେବେ 587 ଟି ସ୍କୁଲ ଘର ସହ ବେସରକାରୀ ଅନୁଷ୍ଠାନ ଗୃହକୁ ଚିହ୍ନଟ କରିଛି ପ୍ରଶାସନ । ଏହା ସହ ଜିଲ୍ଲାରେ 5 ଟି ବ୍ଲକର 136 ଟି ପଞ୍ଚାୟତର 273 ଗାଁର 2ଲକ୍ଷ 92 ହଜାର 26 ଜଣ ସମୁଦ୍ରକୂଳିଆ ତଳିଆ ଅଞ୍ଚଳ ଲୋକେ ବାସ କରୁଛନ୍ତି। ଏମାନଙ୍କ ଉପରେ ସ୍ଵତନ୍ତ୍ର ନଜର ରଖାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସେହି ସ୍ଥାନକୁ ସ୍ଥାନାନ୍ତରିତ କରାଯିବ।

Cyclone 'Amphan' likely to intensify over Bay of Bengal in next 24 ...

ସେହିଭଳି ତଳିଆ ଅଞ୍ଚଳର 3 କିଲୋମିଟର ମଧ୍ୟରେ ସମସ୍ତ TMC ର ସ୍ୱାବ ଆଜିଠାରୁ କଲେକ୍ସନ କରି ପଠାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଏଥି ସହିତ ଏସବୁର ରିପୋର୍ଟ 18 ତାରିଖ ସୁଦ୍ଧା ଆସିବ ପରେ ପଜେଟିଭ ବାହାରିଲେ କ୍ଵାରେଣ୍ଟାଇନରୁ କୋଭିଡ଼ କେୟାର ସେଣ୍ଟରକୁ ଯାହାର ନେଗେଟିଭ ଥିବା ହୋମ୍ କ୍ଵାରେଣ୍ଟାଇନକୁ ପଠାଯିବ ବୋଲି ଜିଲ୍ଲା ପ୍ରଶାସନ ସ୍ଥିର କରିଛି। ତେବେ ଗତ ଫନି ବାତ୍ୟା ବେଳେ 2 ଲକ୍ଷ 31 ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିଥିବାବେଳେ ବୁଲବୁଲ ବେଳେ 12 ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ବାତ୍ୟାର ପ୍ରଭାବ ଦେଖି ଏଥର କେତେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ। ଅନ୍ୟପଟରେ ତହସିଲଦାର, ବିଡ଼ିଓଙ୍କୁ ଅଞ୍ଚଳର ଲୋକଙ୍କ ଉପରେ ନଜର ରଖିବା ସହିତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.