ରାଜ୍ୟ

ବଡ଼ବିଲର ଏହି ହାର୍ଡୱେର ଦୋକାନ ଉପରକୁ କିଏ କଲା ବୋମା ମାଡ଼? ସିସିଟିଭିରେ କଏଦ ହେଲା ଦୃଶ୍ଯ

ଯୋଡା(କେନ୍ୟୁଜ୍): କେନ୍ଦୁଝର ବଡ଼ବିଲରେ ହାର୍ଡୱେର ଦୋକାନ ଉପରକୁ ବୋମା ମାଡ଼ ।  ବଡ଼ବିଲ ମେନ୍‌ ରୋଡରେ ଥିବା  ଓଡ଼ିଶା  ହାର୍ଡୱେର ଷ୍ଟୋର ଉପରକୁ  କେହି ଦୁର୍ବୃତ୍ତ ବୋମା ମାଡ଼କରି ଫେରାର୍‌ ହୋଇଯାଇଛି । ଆଜି ମଧ୍ୟାହ୍ନ ସମୟରେ ଏହି ବୋମା ମାଡ଼ ହୋଇଥିବା ବେଳେ, ଦୋକାନ ମାଲିକ ଓ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୋକାନର ମଧ୍ୟ କୌଣସି କ୍ଷୟ କ୍ଷତି ହୋଇନାହିଁ । ସୂଚନା ପାଇ ବଡ଼ବିଲ ପୋଲିସ୍‌ ଘଟଣାର ଛାନଭିନ୍‌ ଆରମ୍ଭ କରିଛି । ତେବେ ବୋମା ଫୁଟିବା ସମୟର ଦୃଶ୍ଯ ଦୋକାନରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ, କିଏ ଏହି ବୋମା ମାଡ଼ କରିଛି ତାହା ଜଣାପଡିନାହିଁ ।

ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୁର୍ବୃତ୍ତଙ୍କ ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଛି ପୋଲିସ ।  ସେପଟେ ଦୋକାନ ମାଲିକଙ୍କ କହିବା କଥା ଯେ ଆଗରୁ କାହାଠାରୁ କିଛି ଧମକ ମିଲିନାହିଁ କିମ୍ବା କାହା ସହିତ କୌଣସି ଶତ୍ରୁତା ନାହିଁ। ଏମିତିରେ ବୋମାମାଡ଼ ପଛର କାରଣ ଅସ୍ପଷ୍ଟ ରହିଛି । ତେବେ ହୁଏତ କେହି ଦୁର୍ବୃତ୍ତ ନିଜର ଫାଇଦା ପାଇଁ ଭୟ ସୃଷ୍ଟି କରିବା ଉଦ୍ଦେଶ୍ଯରେ ଏପରି କରିପାରିଥାଏ ବୋଲି ସନ୍ଦେହ କରାଯାଉଛି ।  ସ୍ପଷ୍ଟ ଦିବାଲୋକରେ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର୍‌ ହୋଇଯିବା ପୋଲିସକୁ ଚାଲେଞ୍ଜ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

KNews Bureau

Recent Posts

ନିଟ୍‌ ପେପର ଲିକ୍‌ ମାମଲା : ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ, ୯ ଛାତ୍ରଙ୍କୁ ପଚରାଉଚରା ପାଇଁ ପଠାଇଲା ନୋଟିସ

ନିଟ୍‌ ପେପର ଲିକ୍‌ ମାମଲାରେ ପାଟନା EOU କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯ ପରୀକ୍ଷାର୍ଥୀଙ୍କ ପାଖକୁ ନୋଟିସ ପଠାଇଛି…

20 mins ago

ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ତାତିଲେ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର

ଜଳେଶ୍ୱର(କେନ୍ୟୁଜ): ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର । ସରପଞ୍ଚଙ୍କ ବଦଳରେ ତାଙ୍କ ଶ୍ବଶୁର ପଞ୍ଚାୟତରେ…

35 mins ago

ଆଜି ରଜ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ପୁରୀ (କେନ୍ୟୁଜ): ଆଜି ପବିତ୍ର ରଜ ସଂକ୍ରାନ୍ତି ।  ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ।  ଭକ୍ତ ଶ୍ରଦ୍ଧାଳୁମାନେ…

37 mins ago

କୁଏତ ଅଗ୍ନିକାଣ୍ଡ: ଭୁବନେଶ୍ବରରେ ପହଞ୍ଚିଲା ମୃତକଙ୍କ ପାର୍ଥିକ ଶରୀର, ୪ ଲକ୍ଷ ଟଙ୍କା ସହୟତା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିକ ଶରୀର ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛି । ଶ୍ରଦ୍ଧାଞ୍ଜଳି…

44 mins ago

ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଡଙ୍ଗା, ୨୦ରୁ ଅଧିକ ଯାତ୍ରୀ ହନ୍ତସନ୍ତ

ବ୍ରହ୍ମଗିରି (କେନ୍ୟୁଜ): ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ସାତପଡ଼ା ଭିତରେ ଅଟକି ରହିଛନ୍ତି ଯାତ୍ରୀ । ଡଙ୍ଗାଟି…

1 hour ago

ଦୋକାନୀ ଉପରକୁ ତତଲା ଚା’ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ

ସାଲେପୁର (କେନ୍ୟୁଜ): ଚା' ଦୋକାନୀଙ୍କ ଉପରକୁ ତତଲା ଚା'ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା…

1 hour ago