ବଡ଼ବିଲର ଏହି ହାର୍ଡୱେର ଦୋକାନ ଉପରକୁ କିଏ କଲା ବୋମା ମାଡ଼? ସିସିଟିଭିରେ କଏଦ ହେଲା ଦୃଶ୍ଯ

ଯୋଡା(କେନ୍ୟୁଜ୍): କେନ୍ଦୁଝର ବଡ଼ବିଲରେ ହାର୍ଡୱେର ଦୋକାନ ଉପରକୁ ବୋମା ମାଡ଼ ।  ବଡ଼ବିଲ ମେନ୍‌ ରୋଡରେ ଥିବା  ଓଡ଼ିଶା  ହାର୍ଡୱେର ଷ୍ଟୋର ଉପରକୁ  କେହି ଦୁର୍ବୃତ୍ତ ବୋମା ମାଡ଼କରି ଫେରାର୍‌ ହୋଇଯାଇଛି । ଆଜି ମଧ୍ୟାହ୍ନ ସମୟରେ ଏହି ବୋମା ମାଡ଼ ହୋଇଥିବା ବେଳେ, ଦୋକାନ ମାଲିକ ଓ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୋକାନର ମଧ୍ୟ କୌଣସି କ୍ଷୟ କ୍ଷତି ହୋଇନାହିଁ । ସୂଚନା ପାଇ ବଡ଼ବିଲ ପୋଲିସ୍‌ ଘଟଣାର ଛାନଭିନ୍‌ ଆରମ୍ଭ କରିଛି । ତେବେ ବୋମା ଫୁଟିବା ସମୟର ଦୃଶ୍ଯ ଦୋକାନରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ, କିଏ ଏହି ବୋମା ମାଡ଼ କରିଛି ତାହା ଜଣାପଡିନାହିଁ ।

ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୁର୍ବୃତ୍ତଙ୍କ ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଛି ପୋଲିସ ।  ସେପଟେ ଦୋକାନ ମାଲିକଙ୍କ କହିବା କଥା ଯେ ଆଗରୁ କାହାଠାରୁ କିଛି ଧମକ ମିଲିନାହିଁ କିମ୍ବା କାହା ସହିତ କୌଣସି ଶତ୍ରୁତା ନାହିଁ। ଏମିତିରେ ବୋମାମାଡ଼ ପଛର କାରଣ ଅସ୍ପଷ୍ଟ ରହିଛି । ତେବେ ହୁଏତ କେହି ଦୁର୍ବୃତ୍ତ ନିଜର ଫାଇଦା ପାଇଁ ଭୟ ସୃଷ୍ଟି କରିବା ଉଦ୍ଦେଶ୍ଯରେ ଏପରି କରିପାରିଥାଏ ବୋଲି ସନ୍ଦେହ କରାଯାଉଛି ।  ସ୍ପଷ୍ଟ ଦିବାଲୋକରେ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର୍‌ ହୋଇଯିବା ପୋଲିସକୁ ଚାଲେଞ୍ଜ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.