“ମୁଁ ଚାହୁଁଛି ମୋ ପୁଅ ଡ୍ରଗ୍ସ ନେଉ”- ଭାଇରାଲ ହେଉଛି କିଙ୍ଗ ଖାନଙ୍କ ଏହି ଡାଇଲଗ

ଅକ୍ଟୋବର ୨ ତାରିଖ ଅର୍ଥାତ ଶନିବାର ରାତିରେ ନାରର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇର ଏକ ରେଭ ପାର୍ଟି ଉପରେ ଚଢ଼ାଉ କରିଥିଲେ ।  ଡ୍ରଗ୍ସ ଲିଙ୍କ ନେଇ ଏହି ଘଟଣାରେ ଅନେକ ବଡ ନାଁ ମଧ୍ୟ ସାମ୍ନାକୁ ଆସିଛି ।  ସେମଧ୍ୟରେ ଯିଏ ଅଧିକ ଚର୍ଚ୍ଚାରେ ରହିଛନ୍ତି ସେ ହେଉଛନ୍ତି ବଲିଉଡ ଆକ୍ଟର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ।  ମୁମ୍ବାଇରେ ଏକ ରେଭ ପାର୍ଟି ଚାଲୁଥିବା ସମୟରେ ହିଁ ଏନସିବି ତରଫରୁ ଚଢ଼ାଉ କରାଯାଇଥିଲା ।  ମିଳିଥିବା ଖବର ଅନୁଯାୟୀ ବଲିଉଡର ଦିଗ୍ଗଜ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କୁ ପଚରାଉଚୁରା ପରେ ଗିରଫ କରିଛି ଏନସିବି ଟିମ ।  ପୁଅର ଖବର ଶୁଣି ସ୍ପେନରେ “ପଠାନ” ଫିଲ୍ମର ସୁଟିଙ୍ଗରେ ବ୍ୟସ୍ତ ଥିବା ଭାରତ ଫେରୁଥିବା ଶୁଣାହେଉଛି ।  ଆଉ ଏଭିତରେ ଶାହରୁଖଙ୍କ ଏକ ପୁରୁଣା ଡ଼ାଇଲଗ ଖୁବ ଭାଇରଲ ହେବାରେ ଲାଗିଛି ।  ଯେଉଁଥିରେ କିଙ୍ଗ ଖାଁ କହୁଥିବାର ନଜର ଆସୁଛନ୍ତିଯେ, ସେ ଚାହୁଁଛନ୍ତି ତାଙ୍କ ପୁଅ ସେହି ସବୁ କାମ କରୁ ଯାହା ସେ କରିପାରି ନାହାନ୍ତି ।  ଯେଉଁଗୁଡିକୁ ନିଜ ଯବାନ ଥିବା ସମୟରେ ମିସ କରିଥିଲେ ଶାହରୁଖ ।  ଖବରରୁ ଜଣାଯାଇଛିଯେ ୧୯୯୭ ମସିହାରେ ସିମି ଗ୍ରଵାଲଙ୍କ ଏକ ଟକ ଶୋ’ରେ ଯୋଗ ଦେଇଥିଲେ ।  ସେସମୟରେ ତାଙ୍କ ସହ ପତ୍ନୀ ଗୌରୀ ଖାଁ ବି ସାଥିରେ ଥାଆନ୍ତି ।

ଆଉ ଏହାର ମାତ୍ର କିଛି ଦିନ ପୂର୍ବରୁ ହିଁ ଆର୍ଯ୍ୟନଙ୍କ ଜନ୍ମ ହୋଇଥିଲା ।  ଇଣ୍ଟରଭିୟୁରେ ଶାହରୁଖଙ୍କୁ ତାଙ୍କ ପୁଅ ବିଷୟରେ ପଚରା ଯାଇଥିଲା, ଯଦି କେବେ ତାଙ୍କ ପୁଅ ଏମିତି କିଛି କରେ, ଯାହାକୁ କେହିବି କଳ୍ପନା କରିନଥିବେ ତେବେ ଆପଣ କଣ କରିବେ ? ଏହାର ଜବାବରେ ସେ କହିଥିଲେକି ଯେବେ ଆର୍ଯ୍ୟନକୁ ୩ ବର୍ଷ ହୋଇଯିବ, ସେ ତାକୁ ଝିଅ ମାନଙ୍କ ପଛରେ ବୁଲିବାକୁ କହିବେ ।  ଖାଲି ସେତକି ନୁହେଁ ଯଦି ତାଙ୍କ ପୁଅ ଡ୍ରଗ୍ସ ବି ନିଏ ।  ତେବେ ସେ ତାକୁ ସମର୍ଥନ କରିବେ ବୋଲି ମଧ୍ୟ କହିଛନ୍ତି ।  ସେ ନିଜ ପୁଅକୁ ଏକ ବ୍ୟାଡ଼ ବୟ ଭାବରେ ଦେଖିବାକୁ ଚାହୁଁଛନ୍ତି ବୋଲି ମଜାଳିଆ ଅନ୍ଦାଜରେ କହିଥିଲେ ।  ଗୁଡ଼ ବୟର କୌଣସି ବି ଲକ୍ଷଣ ଦେଖିଲେ ସେ ତାକୁ ଘରୁ ବାହାର ବି କରିଦେଇ ପାରନ୍ତି ବୋଲି ହସି ହସି କହିଥିଲେ ବଲିଉଡ ବାଦଶାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.