ଭୁବନେଶ୍ୱର(କେନ୍ୟୁଜ୍): ଆଜାଦିର ଅମୃତ ମହୋତ୍ସବ ପାଳନ୍ କରୁଛି ପୁରା ଦେଶ । ଆଜି ଭଗବାନ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଏହି ଅବସରରେ କିସ୍ ପରିସରରେ ଜାତୀୟ ଗୌରବ ଦିବସ ପାଳିତ ହୋଇଛି। କାର୍ଯ୍ଯକ୍ରମରେ ମୂଖ୍ୟ ଅତିଥିଭାବେ ଉପସ୍ଥିତ ଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଓଡ଼ିଶା ସରକାର ଙ୍କ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା , ଗମେଣ୍ଟ ଅଫ ଇଣ୍ଡିଆର ମିନିଷ୍ଟ୍ରି ଅଫ କଲଚର୍ ଜଏଣ୍ଟ ସେକ୍ରେଟାରୀ ଉମା ନନ୍ଦୁରି , କିଟ୍ ବିଶ୍ବବିଦ୍ୟାଳୟ ଭାଇସ ଚାନ୍ସଲର ପ୍ରଫେସର୍ ସସ୍ମିତା ସାମନ୍ତ ,କିସ୍ ଭାଇସ୍ ଚାନ୍ସଲର ପ୍ରଫେସର୍ ଦୀପକ କୁମାର ବେହେରା, କିସ୍ ରେଜିଷ୍ଟର ଡ ପ୍ରଶାନ୍ତ କୁମାର ରାଉତରାୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ବିର୍ସା ମୁଣ୍ଡା ଙ୍କ ଜୀବନୀ ଉପରେ ଅତିଥିମାନେ ନିଜର ଅଭିଭାଷଣ ରେ କହିଥିଲେ ।
ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜନଜାତି ର ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଜନ ଜାତି ଙ୍କ କଳା ସଂସ୍କୃତି କୁ ନୃତ୍ୟ ଗୀତ ମାଧ୍ୟମରେ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଆଜାଦି କି ଅମୃତ ମହୋତ୍ସବର ଏକ ଭିଡ଼ିଓ ପ୍ରଦର୍ଶିତ କରାଯାଇଥିଲା । କିସ୍ ର ପିଲା ମାନେ ନୃତ୍ୟ ପରିବେଷଣ କରିଥିଲେ । କିସ୍ ହେଉଛି ବିଶ୍ବ ର ପ୍ରଥମ ଜନଜାତି ବିଶ୍ଵ ବିଦ୍ୟାଳୟ ଏଠାରେ ପିଲାଙ୍କୁ ରହିବା ଖାଇବା ସମ୍ପୂର୍ଣ୍ଣ ଫ୍ରି କରାଯାଇଛି ଏହାକୁ ନେଇ ନିଜ ଖୁସି ବ୍ୟକ୍ତ କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ।
ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…