ରାଜ୍ୟ

ତାଳଚେରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ନୂଆ ତାପଜ ୟୁନିଟ ପ୍ରତିଷ୍ଠା କାର୍ଯ୍ୟ

କେନ୍ୟୁଜ୍(ବ୍ୟୁରୋ):  ତାଳଚେରରେ ନୂଆ ତାପଜ ୟୁନିଟ ପ୍ରତିଷ୍ଠା କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏହା ସହ ପୁରୁଣା ୟୁନିଟ ଚାଲୁରଖିବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିବା ପରେ ଆଜି ରାଜ୍ୟ ସରକାର ଓ ଏନଟିପିସି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୁରୁଣା ତାପଜ ବିଦ୍ୟୁତ କେନ୍ଦ୍ର ଚଳାଇବା ଓ ନୂଆ ୟୁନିଟ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ନୂଆ ୟୁନିଟର ପ୍ରତିଷ୍ଠା, ଉତ୍ପାଦିତ ବିଦ୍ୟୁତର ବଣ୍ଟନ ଓ କାରବାର ସମ୍ବନ୍ଧରେ ଗ୍ରୀଡକୋ ଓ ଏନଟିପିସି ମିଳିତ ଭାବେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସ୍ଥିର ହୋଇଥିଲା। ଏନେଇ ରାଜ୍ୟ ସରକାରଙ୍କୁ ଖୁବ ଶୀଘ୍ର ଜଣାଇଦିଆଯିବ ବୋଲି ଏନଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂ କହ6ିଛନ୍ତି।

ସେପଟେ ଟିଟିପିଏସ ପ୍ଲାଣ୍ଟସହ ଅନେକ ଲୋକଙ୍କ ଜୀବିକା ଜ଼ଡିତ ଥିବାରୁ ନୂଆ ୟୁନିଟ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପୁରୁଣା ୟୁନିଟ ଚଳାଇ ରଖିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। କିଛି ପୁଞ୍ଜି ବିନିଯୋଗ କରି ପ୍ଲାଣ୍ଟର ନବୀକରଣ ସହ ଏହାକୁ ପୁନଃ ଚଳାଇବା ଉଚିତ ବୋଲି ସେ କହିଛନ୍ତି। ନୂଆ ୟୁନିଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ କମିଟି ଅନୁମୋଦନ କରିଛି। ଏଥିପାଇଁ ୭ହଜାର ୭ଶହ କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ ହେବ।

KNews Bureau

Recent Posts

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

7 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

19 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

22 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

32 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

58 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

1 hour ago