ରାଜ୍ୟ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଆଲର୍ଟରେ ୭ ଉପକୂଳ ଜିଲ୍ଲା

ଭୁବନେଶ୍ୱର(କେନ୍ୟୁଜ୍): ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଆଲର୍ଟରେ ୭ ଉପକୂଳ ଜିଲ୍ଲା । ଆଗକୁ ପ୍ରସ୍ତୁତ ରହିବା ପାଇଁ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି । ଆଗୁଆ ସଜାଗ ରହିବା ପାଇଁ ଏସବୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ମୁକାବିଲା ନେଇ ବିଭିନ୍ନ ବିଭାଗ ବି ସଜାଗ ରହିଛନ୍ତି।

ଫୋକସରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ । ଗତକାଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଏକ ଉଚ୍ଚସ୍ତରୀୟ ବୈଠକରେ ମୁକାବିଲାର ସମୀକ୍ଷା କରିଥିଲେ । ଆବଶ୍ୟକ ଯନ୍ତ୍ରପାତି ଓ ସରଞ୍ଜାମ ଠୁଳ କରିବା, ମାନବଶକ୍ତି ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି ଶକ୍ତି ମନ୍ତ୍ରୀ । ବାତ୍ୟ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରେ ଆଗୁଆ କର୍ମଚାରୀ ମୁତୟନ କରିବାକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ତିନିଟି ବିଦ୍ୟୁତ ବିତରଣ କମ୍ପାନୀ ମୁଖ୍ୟଙ୍କ ସହ କଥା ହୋଇ ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମାର୍ଗଦର୍ଶିକା ପାଳନ କରିବା ପାଇଁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରଣନୀତି

ଏପଟେ ବିଭିନ୍ନ ବିଭାଗ ମୁକାବିଲା ପାଇଁ ପ୍ରସ୍ତୁତ । ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରଣନୀତି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟସ୍ତରୀୟ ଷ୍ଟେଟ୍‌ ରାପିଡ୍‌ ରେସପନ୍ସ ଟିମ୍‌ ପ୍ରସ୍ତୁତ ରଖାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ହେବ ।

ଏସଆରସି, ଓସଡମା ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସହ ସମନ୍ଵୟ ରଖି ଆବଶ୍ୟକ ପଦକ୍ଷେପ ନେବେ । ଜିଲ୍ଲା ସବ୍‌ ଡିଭିଜନ୍‌ସ୍ତରରେ ପ୍ରସ୍ତୁତି କରାଯିବ ସହ ଆବଶ୍ୟକ ସାମଗ୍ରୀ ଯୋଗାଣ ହେବ । ଆବଶ୍ୟକ ହେଲେ ଅତିରିକ୍ତ ମାନବ ସମ୍ବଳ ନିଯୁକ୍ତ ହେବେ । ଜିଲ୍ଲା ଓ ବ୍ଲକସ୍ତରରେ ରାପିଡ୍‌ ରେସପନ୍ସ ଟିମ୍‌ ମୁତୟନ ହେବେ ।

ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟିଆ ଜଳ ଓ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ସହ ଖାଦ୍ୟ ସାମଗ୍ରୀ, ଔଷଧ ଓ ଅନ୍ୟ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବା ଜରୁରୀ । ଜିଲ୍ଲାରେ ଥିବା ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ଜରୁରିକାଳୀନ ପରିସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତ ରଖାଯିବ । ପାନୀୟ ଜଳ ବିଶୋଧନ ପାଇଁ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି ।

Sonalisa

Recent Posts

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

1 min ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

3 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

40 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

52 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

55 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

1 hour ago