ରାଜ୍ୟ

ଉମରକୋଟ : ଇଏ ବିଶ୍ୱାସ ନା ଅନ୍ଧବିଶ୍ୱାସ, ପାହାଡରୁ ଖସିଥିବା ବିରାଟକାୟ ପଥରକୁ ଭଗବାନ ଭାବି ପୂଜା କରୁଛନ୍ତି ଲୋକେ

ଉମରକୋଟ: ବିଶ୍ୱାସ, ଅବିଶ୍ଵାସ ଓ ଅନ୍ଧବିଶ୍ୱାସରେ ଚାଲିଛି ଏହି ଦୁନିଆ। କେତେବେଳେ ପରିସ୍ଥିତିରେ ପଡି ହେଉ କିମ୍ବା ଅନ୍ଧବିଶ୍ୱାସରେ ପଡି ମଣିଷ ଏମିତି କିଛି କାମ କରିଥାଏ ଯାହା ପଶ୍ଚାତାପ କରିବାକୁ ପଡେ। ବାରମ୍ବାର ଅନ୍ଧବିଶ୍ବାସକୁ ନେଇ ଅନେକ ଅପରାଧ ହେଉଥିବା ସହିତ କେତେ ଯେ ଭଣ୍ଡ ବାବାଙ୍କ କଳା କାରନାମାର ପର୍ଦାଫାସ୍ ହୋଇଛି ତାହାର ହିସାବ ନାହିଁ । ଏମିତି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଗାଲିଭଟ୍ଟା ଗ୍ରାମରେ ଦେଖିବାକୁ ମିଳିଛି ।

ଉମରକୋଟ ବ୍ଲକ ଗାଲିଭଟ୍ଟା ଗ୍ରାମ ନିକଟରେ ରହିଛି ପୋଡାଗଡ ପାହାଡ଼। ଯେଉଁ ପାହାଡରୁ କିଛି ଦିନ ତଳେ ଏକ ବିରାଟକାୟ ପଥର ପ୍ରାୟ ଏକ କିଲୋମିଟର ତଳକୁ ଖସି ଆସିଥିଲା । ଆଉ ତାପରଠୁ ସେଠାରେ ଚାଲିଛି ପୂଜାର୍ଚ୍ଚନା। ଯଦିଓ ପ୍ରାକୃତିକ କାରଣ ଯୋଗୁ ପଥର ତଳକୁ ଆସିଥିଲେ ବି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏନେଇ ଉତ୍ସୁକତା ବଢ଼ି ଯାଇଛି । କିଛି ଦିନ ପଥରକୁ ଲୋକେ ଦେଖିବାକୁ ଯାଉଥିଲେ କିନ୍ତୁ ବର୍ତ୍ତମାନ ପାହାଡ଼ ପାଦ ଦେଶରେ ପୂଜା ଅର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି। ଆଖପାଖ ଗ୍ରାମ ସହ ପଡୋଶୀ ଛତିଶଗଡ଼ ରାଜ୍ଯର କିଛି ଲୋକ ମଧ୍ୟ ଏହି ପଥରକୁ ଦେଖିବାକୁ ଆସିବା ସହ ପୂଜା ପାଠ କରିବାକୁ ଆସୁଛନ୍ତି।

ପୋଡାଗଡ଼ ପାହାଡ଼ର ଐତିହାସିକ ମହତ୍ୱ ରହିଛି । ଏହିଠାରେ ନଳ ବଂଶ ରାଜ୍ଯର ରାଜଧାନୀ ଥିବା ଐତିହାସିକମାନେ ଦାବି କରନ୍ତି । ପାହାଡ଼ ସାରା ବିଭିନ୍ନ ସ୍ଥାନରେ ପୁରୁଣା ଦୁର୍ଗ, ମନ୍ଦିର ଓ ମୂର୍ତ୍ତି ଦେଖିବାକୁ ମିଳିଥାଏ । ଯେହେତୁ ପୂର୍ବରୁ ପାହାଡ଼ ପ୍ରତି ଲୋକଙ୍କ ଆଧ୍ୟାତ୍ମିକ ଭାବନା ଅଧିକ ରହିଛି ସେଥିପାଇଁ ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ଏପରି ପୂଜାପାଠ କରୁଥିବା କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି। ମନୁଷ୍ଯ ମଙ୍ଗଳ ଗ୍ରହରେ ଯାଇ ଜାଗା କିଣିଲାଣି କିନ୍ତୁ ଆଜିବି ଅନ୍ଧବିଶ୍ୱାସ କବଳରେ ଲୋକେ କବଳିତ ହୋଇ ପାହାଡ଼ରୁ ଖସିଥିବା ପଥରକୁ ପୂଜା ପାଠ କରୁଛନ୍ତି। ଗ୍ରାମବାସୀଙ୍କ କହିବା ହେଲା ଏହି ପଥର ହେଉଛି ଏକ ଭଗବାନ । ଯାହାକୁ ୨୧ ଦିନ ପୂଜା କରିବା ପରେ ଏକ ଯଜ୍ଞ କରାଯିବ ଏବଂ ଏହାପରେ ସ୍ଥାନୀୟ ଶିରା ବା ପୂଜକଙ୍କୁ ସ୍‌ୱପ୍ନାଦେଶ ହେବ । ଏହା ପରେ ଏହା କେଉଁ ଦେବତା ବୋଲି ଜଣାପଡ଼ିବ ।

ଭୂମିକମ୍ପ କିମ୍ବା ବିନା ବଜ୍ରପାତ ଓ ଭୂସ୍ଖଳନରେ କିଭଳି ପାହାଡ଼ରୁ ପଥର ଖସିଲା ସେ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ବର୍ତ୍ତମାନ ସେସବୁ କିଛି ନଥାଇ ପାହାଡ଼ରୁ ପଥର ଖସିବା ଏକ ଅଲୌକିକ ଘଟଣା, କୌଣସି ବିପଦ ଆସିବାକୁ ଥିଲେ ପାହାଡ଼ରୁ ପଥର ଖାସିଥାଏ ବୋଲି ମାଳିକାରେ ଅଛି । ବର୍ତ୍ତମାନ କରୋନା ବିପତ୍ତି ଚାଲିଥିବାରୁ ଏପରି ଘଟିଥାଇପାରେ ବୋଲି କିଛି ଲୋକ ବିଶ୍ୱାସ କରୁଛନ୍ତି ।

ଉମରକୋଟରୁ ଅନୁରାଗ ପଟ୍ଟନାୟକଙ୍କ ରିପୋର୍ଟ, କେନ୍ଯୁଜ୍

 

Sonalisa

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

5 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago