ରାଜ୍ୟ

ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ଅଭିଯୋଗ

ପୁରୀ: ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ଅଭିଯୋଗ । ଶ୍ରୀମନ୍ଦିରର ଜଣେ କର୍ମଚାରୀ ଏହାକୁ ନେଇ ଯାଇଥିବା ନେଇ, ବେଶ ଯୋଗାଇଥିବା ଚକ୍ରକୋଟ ବଳରାମ ଖୁଣ୍ଟିଆ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ୟପଟେ ଦଇତାପତି ନିଯୋଗ ସଭାପତି ଦୁର୍ଗା ପ୍ରସାଦ ମହାପାତ୍ର କହିଛନ୍ତି, ରେକର୍ଡ ଅଫ ରାଇଟ ଅନୁଯାୟୀ ବେଶର ବିଭିନ୍ନ ଅଂଶ ଖେଇ ଆକାରରେ ପାଳିଆ ସେବାୟତ ପାଇବା କଥା । ଏହି ଘଟଣାର ଯାଞ୍ଚ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି,ଏନେଇ ଶ୍ରୀମନ୍ଦିର କମାଣ୍ଡରଙ୍କୁ ରିପୋର୍ଟ ମଗାଯାଇଛି ।

ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସରକାରୀ କର୍ମଚାରୀ ଓ ଅଣସେବାୟତଙ୍କ ପ୍ରବେଶ ଘଟଣାର ତଦନ୍ତ ହେବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୨୫ ବର୍ଷ ପରେ ଗତକାଲି ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।

Sonalisa

Recent Posts

ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି…

15 mins ago

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…

19 mins ago

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

49 mins ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

1 hour ago

ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…

2 hours ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

2 hours ago