Below header

ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ଅଭିଯୋଗ

ପୁରୀ: ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ଅଭିଯୋଗ । ଶ୍ରୀମନ୍ଦିରର ଜଣେ କର୍ମଚାରୀ ଏହାକୁ ନେଇ ଯାଇଥିବା ନେଇ, ବେଶ ଯୋଗାଇଥିବା ଚକ୍ରକୋଟ ବଳରାମ ଖୁଣ୍ଟିଆ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

jagannath ଅନ୍ୟପଟେ ଦଇତାପତି ନିଯୋଗ ସଭାପତି ଦୁର୍ଗା ପ୍ରସାଦ ମହାପାତ୍ର କହିଛନ୍ତି, ରେକର୍ଡ ଅଫ ରାଇଟ ଅନୁଯାୟୀ ବେଶର ବିଭିନ୍ନ ଅଂଶ ଖେଇ ଆକାରରେ ପାଳିଆ ସେବାୟତ ପାଇବା କଥା । ଏହି ଘଟଣାର ଯାଞ୍ଚ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି,ଏନେଇ ଶ୍ରୀମନ୍ଦିର କମାଣ୍ଡରଙ୍କୁ ରିପୋର୍ଟ ମଗାଯାଇଛି ।

ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସରକାରୀ କର୍ମଚାରୀ ଓ ଅଣସେବାୟତଙ୍କ ପ୍ରବେଶ ଘଟଣାର ତଦନ୍ତ ହେବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୨୫ ବର୍ଷ ପରେ ଗତକାଲି ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.