‘କୁଲି ନମ୍ବର ୧’ର ଟ୍ରେଲର ରିଲିଜ୍‌, ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କଲେ ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ ଖାନ୍‌; ଦେଖନ୍ତୁ ଭିଡିଓ

ଆଜି ରିଲିଜ୍‌ ହୋଇଛି ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘କୁଲି ନମ୍ବର ୧’ର ଟ୍ରେଲର। ଫିଲ୍ମରେ ବରୁଣଙ୍କୁ ମଡର୍ଣ୍ଣ କୁଲି ଭୂମିକାରେ ଦେଖିବାକୁ ମିଳିଛି। ଟ୍ରେଲରର ଆରମ୍ଭରେ ପରେଶ ରାଓ୍ଵଲ ନିଜ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କୁ ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କୁ ବାହା ଦେବାକୁ ଚାହୁଁଥିବା କହୁଛନ୍ତି। ଏଣୁ ସାରାଙ୍କୁ ପାଇବାକୁ ବରୁଣ ଜଣେ ଧନୀ ହୋଇଥିବା ନାଟକ କରି ତାଙ୍କୁ ବୋକା ବନାଉଛନ୍ତି। ପରେଶ ମଧ୍ୟ ବରୁଣଙ୍କୁ ସତସତିକି ଧନୀ ଭାବିଛନ୍ତି। କିନ୍ତୁ ଇତି ମଧ୍ୟରେ ବରୁଣଙ୍କ ଡବଲ ରୋଲ୍‌ ଏଣ୍ଟ୍ରି କରୁଛି। ଏହା ପରେ ଫିଲ୍ମରେ ଆସିଛି ଟ୍ଵିଷ୍ଟ।

ଫିଲ୍ମରେ ବରୁଣ ଓ ପରେଶଙ୍କ ସମେତ ଜନି ଲିଭର, ରାଜପାଲ ଯାଦବ ଓ ଜାଭେଦ ଜାଫରୀ ମଧ୍ୟ ନଜର ଆସିଛନ୍ତି। କୁଲି ନମ୍ବର ୧ରେ ପ୍ରଥମ ଥର ପାଇଁ ବରୁଣ ଓ ସାରା ଅଲ୍ଲୀଙ୍କୁ ଏକାଠି ଦେଖିବାକୁ ମିଳିବ। କରୋନା ଯୋଗୁ ଫିଲ୍ମର ରିଲିଜ୍‌କୁ ବାରମ୍ବାର ଘୁଞ୍ଚାଯାଉଥିଲା। କିନ୍ତୁ ଏବେ ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ କରାଯିବ। ଡିସେମ୍ବର ୨୫ରେ ଫିଲ୍ମଟି ରିଲିଜ୍‌ ହେବ ବୋଲି ଜଣାଯାଇଛି।

ଦେଖନ୍ତୁ ଭିଡିଓ:

Video Courtesy:Amazon Prime Video India

ସୂଚନାଯୋଗ୍ୟ ଯେ ୧୯୯୫ରେ କମେଡି ଫିଲ୍ମ କୁଲି ନମ୍ବର ୧ ପରଦାକୁ ଆସିଥିଲା। ସେଥିରେ ଗୋବିନ୍ଦା ଓ କରିସ୍ମା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ତାଙ୍କ ଜାଗାରେ ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ ଖାନ୍‌ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଡେଭିଡ୍‌ ଧଓ୍ଵନ୍‌। ଫିଲ୍ମକୁ ପ୍ରଯୋଜନା କରୁଛନ୍ତି ବାସୁ ଭଗନାନୀ, ଜ୍ୟାକି ଭଗନାନୀ ଓ ଦୀପଶିଖା ଦେଶମୁଖ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.