Below header

ଭୁବନେଶ୍ୱର ଇନଫୋସିଟି ନାବାଳିକା ଦୁଷ୍କର୍ମ ଘଟଣା, ଓଟିଭି ଏମଡିଙ୍କ ଆବେଦନକୁ ଖାରଜ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଦୁଷ୍କର୍ମ ଘଟଣାରେ ଓଟିଭି ଏମଡିଙ୍କ ଆବେଦନକୁ ଖାରଜ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । କୋର୍ଟରେ ମାମଲା ଥିବାରୁ ଶୁଣାଣି ନ କରିବାକୁ ଆବେଦନ କରିଥିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଆସନ୍ତା ୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏହି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ନିକଟରେ ପକ୍ଷ ରଖିଥିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ନିଜର ପ୍ରତିନିଧିଙ୍କ ଜରିଆରେ ଲିଖିତ ଭାବେ ପକ୍ଷ ରଖିଥିଲେ । ଶୁଣାଣି ବେଳେ ଉଭୟ ଅଭିଯୋଗକାରିଣୀ ଓ ଓଟିଭି ଏମଡିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଡକାଯିବ ବୋଲି କହିଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

ଲକଡାଉନ୍‌ ସମୟରେ ନିଜର ୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା’ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥିରେ ପୋଲିସ କର୍ମଚାରୀଙ୍କ ସମେତ ୭ ଜଣ ଏହି ଘଟଣାରେ ସାମିଲ ଥିବା କହିଥିଲେ। ମାମଲାର ତଦନ୍ତ ଭାର ପ୍ରଥମେ କମିଶନରେଟ ପୋଲିସ ଓ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚକୁ ନ୍ୟସ୍ତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.