ଆଠଗଡ: ଆଠଗଡରେ ଗତକାଲି ରାତିରୁ ମୁସଳ ଧାରାରେ ଲଗାଣ ବର୍ଷା ଲାଗି ରହିଛି । ଯାହା ଫଳରେ କୃତ୍ରିମ ବନ୍ଯା ସୃଷ୍ଟି ହୋଇଛି । କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ରାସ୍ତା ଉପରେ ୩ ଫୁଟର ପାଣି ଲହଡି ଭାଙ୍ଗୁଛି । ଯେଉଁଥିପାଇଁ ଯାନବାହାନ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।
ରାସ୍ତା ଉପରେ ପାଣି ଚାଲୁଥିବାରୁ ବାଟ ଦେଖାଯାଉନାହିଁ । ଯାହାଫଳରେ ଏକ ବାଇଗଣ ବୋଝେଇ ଟ୍ରକ୍ ଭାରସାମ୍ଯ ହରାଇ ଓଲଟି ପଡିଛି । କିନ୍ତୁ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଅନୁଯାୟୀ ପ୍ରତିବର୍ଷ ବର୍ଷାଦିନେ ଏହି ରାସ୍ତା ଉପରେ ୫ଫୁଟ୍ ଉଚ୍ଚତାର ବନ୍ଯା ଜଳ ପ୍ରବାହିତ ହୋଇଥାଏ, କିନ୍ତୁ ଏନେଇ ବିଭାଗୀୟ ଅଧିକାରଙ୍କୁ ବାରମ୍ବାର କୁହାଯାଇଥିଲେ ମଧ୍ଯ କୌଣସି ସୁଫଳ ମିଳିପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ଯକ୍ତ କରିଛନ୍ତି ସ୍ଥାନୀୟ ଲୋକେ ।
ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…
ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…
ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍ସ ହାଇଅର ଏଜୁକେସନ୍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…
କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…
କଟକ (କେନ୍ୟୁଜ୍) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…
ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…