ଆଠଗଡ: ରାସ୍ତା ଉପରେ ୩ ଫୁଟର ବନ୍ଯାଜଳ, ଭାରସାମ୍ଯ ହରାଇ ଓଲଟିଲା ବାଇଗଣ ବୋଝେଇ ଟ୍ରକ୍

ଆଠଗଡ: ଆଠଗଡରେ ଗତକାଲି ରାତିରୁ ମୁସଳ ଧାରାରେ ଲଗାଣ ବର୍ଷା ଲାଗି ରହିଛି । ଯାହା ଫଳରେ କୃତ୍ରିମ ବନ୍ଯା ସୃଷ୍ଟି ହୋଇଛି । କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ରାସ୍ତା ଉପରେ ୩ ଫୁଟର ପାଣି ଲହଡି ଭାଙ୍ଗୁଛି । ଯେଉଁଥିପାଇଁ ଯାନବାହାନ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।

ରାସ୍ତା ଉପରେ ପାଣି ଚାଲୁଥିବାରୁ ବାଟ ଦେଖାଯାଉନାହିଁ । ଯାହାଫଳରେ ଏକ ବାଇଗଣ ବୋଝେଇ ଟ୍ରକ୍ ଭାରସାମ୍ଯ ହରାଇ ଓଲଟି ପଡିଛି । କିନ୍ତୁ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଅନୁଯାୟୀ ପ୍ରତିବର୍ଷ ବର୍ଷାଦିନେ ଏହି ରାସ୍ତା ଉପରେ ୫ଫୁଟ୍ ଉଚ୍ଚତାର ବନ୍ଯା ଜଳ ପ୍ରବାହିତ ହୋଇଥାଏ, କିନ୍ତୁ ଏନେଇ ବିଭାଗୀୟ ଅଧିକାରଙ୍କୁ ବାରମ୍ବାର କୁହାଯାଇଥିଲେ ମଧ୍ଯ କୌଣସି ସୁଫଳ ମିଳିପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ଯକ୍ତ କରିଛନ୍ତି ସ୍ଥାନୀୟ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.