ଜଲଦି କରନ୍ତୁ ଆଜି ହିଁ କିଣିଦିଅନ୍ତୁ ସୁନା, ପୁଣି କମିଗଲା ସୁନା ଦାମ୍‌

ଗତ କିଛି ଦିନ ହେବ ଦେଶରେ ସୁନା ଦାମ ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଥିଲା। କିନ୍ତୁ ଗତ କାଲି ଠାରୁ ଏଥିରେ ସାମାନ୍ୟ ସୁଧାର ଆସିଥିବା ଲକ୍ଷ୍ୟ କରାଯାଇଛି । ଭାରତୀୟ ବଜାରରେ ସୁନାର ଦାମ୍‌ ବଢିଚାଲିଥିବା ବେଳେ ଗତକାଲିଠାରୁ ଲୋକଙ୍କୁ କିଛି ଆଶ୍ୱସ୍ତୀ ମିଳିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧, ୨୬୦ ଟଙ୍କାରେ ପହଞ୍ଚି ଥିବା ଜଣାଯାଇଛି ।

ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨, ୨୬୦ ଟଙ୍କା ଛୁଇଁଥିବା ନେଇ ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୪,୭୦୦ ଟଙ୍କା ଓ ୫୩,୪୫୦ ଟଙ୍କାରେ ସ୍ଥିର ରହିଥିଲା । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସୁନା ମୂଲ୍ୟରେ ଏକ ବଡ ଧରଣର ହ୍ରାସ ଘଟିଥିବା ଜଣାଯାଇଛି ।

gold

ଗୁରୁବାର ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୫୫, ୫୧୦ ଟଙ୍କା ଓ ୫୧, ୦୬୦ ଟଙ୍କାକୁ ଖସିଥିବା ଜଣାଯାଇଛି । ଯେବେକି ପୂର୍ବରୁ ଦର ଯଥାକ୍ରମେ ୫୮,୦୪୦ ଟଙ୍କା ଓ ୫୩,୧୫୦ ଟଙ୍କାରେ ସ୍ଥିର ରହିଥିବା ରେକର୍ଡ ହୋଇଥିଲା । ସେପଟେ ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ ବି ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୨, ୨୬୦ ଟଙ୍କା ଓ ୫୧, ୨୬୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଏହି ଦର ୫୫, ୯୧୦ ଟଙ୍କା ଓ ୫୦, ୧୬୦ଟଙ୍କା ଥିବା ଜଣାଯାଇଛି । ସେପଟେ ଚେନ୍ନାଇରେ ୫୫, ୫୧୦ଟଙ୍କା ଓ ୫୧, ୦୬୦ ଟଙ୍କା ଥିବା ବେଳେ କୋଲକାତାରେ ଏହି ଦର ଯଥାକ୍ରମେ ୫୪,୪୭୦ ଟଙ୍କା ଓ ୫୧,୭୮୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.