ମାଲକାନଗିରି: ଦନ୍ତେବାଡ଼ା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲେ ୧୬ ଜଣ ନକ୍ସଲ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ଦନ୍ତେବାଡ଼ା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ନାମରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। ସହିଦ ସପ୍ତାହର କିଛି ଦିନ ମଧ୍ୟରେ ଏତେ ସଂଖ୍ୟକ ନକ୍ସଲଙ୍କ ଆତ୍ମସମର୍ପଣ ପୋଲିସର ମନୋବଳକୁ ଦୃଢ କରିଛି।

ଆତ୍ମସମର୍ପଣ କରିଥିବା ନକ୍ସଲ ବହୁ ହିଂସାରେ ଜଡିତ ଥିବା ପୋଲିସ ଜାଣିପାରିଛି। ନକ୍ସଲ ସଂଗଠନରେ ବଢିଚାଲିଥିବା ଭେଦଭାବ, ନିର୍ଯ୍ୟାତନା ଏବଂ ଆନ୍ଧ୍ର କ୍ୟାଡରଙ୍କ ଦାବଦବା ଯୋଗୁ ନକ୍ସଲମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତ ନକ୍ସଲଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ମଧ୍ଯ ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.