ରାଜ୍ୟ

ଆଇଏଫଏସ ଅଭୟକାନ୍ତ ଓ ପୁଅ ଆକାଶକୁ ଗିରଫ କରିପାରେ ଭିଜିଲାନ୍ସ ! ଦୀର୍ଘ ସମୟ ଧରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାପା-ପୁଅଙ୍କୁ ମୁହାଁମୁହିଁ ଜେରା

ଭୁବନେଶ୍ବର: ଭିଜିଲାନ୍ସ କବଳରେ ଆଇଏଫଏସ ଅଭୟକାନ୍ତ ଓ ପୁଅ ଆକାଶ ପାଠକ । ମୁମ୍ବାଇରୁ ଆକାଶକୁ ଭୁବନେଶ୍ୱର ଆଣିବା ପରେ ସରକାରୀ ବାସଭବନରେ ବାପ-ପୁଅଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ଜଣଙ୍କ ଜେରା କରାଯାଇଥିଲା ।

ଏହାପରେ ଅଭୟ କାନ୍ତ ପାଠକ, ପୁଅ ଆକାଶ ପାଠକ, ପୁତୁରା ହର୍ଷ ପାଠକ ଓ ଡ୍ରାଇଭରଙ୍କୁ ଜେରା କରିଛି ଭିଜିଲାନ୍ସ। ଉଭୟ ଅଭୟ ଓ ଆକାଶକୁ ଗିରଫ କରାଯାଇପାରେ। ଆଜି ଅପରାହ୍ନରେ ୨ଜଣଙ୍କୁ କୋର୍ଟ ଚାଲାଣ କରିପାରେ ଭିଜିଲାନ୍ସ।

ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଘରେ ଚଢଉ ପରେ ଯେତିକି ଆୟବହିର୍ଭୁତ ଅର୍ଥ ମିଳିଲାଣି ତାହା ଭିଜିଲାନ୍ସ ବିଭାଗର ଅଫିସରଙ୍କ ହୋସ୍‌ ଉଡ଼ାଇ ଦେଇଛି । ଆଇଏଫଏସ୍‌ ପାଠକଙ୍କ କାର୍ଯ୍ୟକଳାପ ଯେତିକି ର୍ଦୁନୀତିଗ୍ରସ୍ତ ତାଠୁ ଢେର ଗୁଣ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଇଛନ୍ତି ତାଙ୍କ ପୁଅ ଆକାଶ ପାଠକ । ମୁମ୍ବାଇରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଆକାଶ ଭଡ଼ାରେ ରହୁଥିଲେ ।

ଘରଭଡ଼ା ବାବଦରେ କୋଟିଏ ଟଙ୍କାରୁ ଅଧିକ ଦେଇଥିବାବେଳେ ମୁମ୍ବାଇର ତାଜ୍‌ ପ୍ୟାଲେସ୍‌ ହୋଟେଲରେ ୯୦ ଲକ୍ଷରୁ ଅଧିକ ଟଙ୍କାର ବିଲ୍‌ ଦେଇଛନ୍ତି । ମାଲେସିଆ, ହଂକଂ, ୟୁକେ, ୟୁଏଇ ଓ ମାଳଦୀପ ଭଳି ଦେଶକୁ ଚାର୍ଟର ପ୍ଲେନରେ ଯିବା ପାଇଁ ୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଭିଜିଲାନ୍ସ ମୁଖ୍ୟାଳୟ ଦେଇଥିବା ତଥ୍ୟ ଅନୁସାରେ, ଆଇଏଫଏସ୍‌ ଅଭୟଙ୍କ ପୁଅ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯ କୋଟି ୪୦ ଲକ୍ଷ ଟଙ୍କା ଜମା ରହିଛି । କେବଳ ୮ କୋଟି ୪୦ ଲକ୍ଷ ଟଙ୍କା ଭୁବନେଶ୍ୱରରେ ଜମା ହୋଇଛି ।

Sonalisa

Recent Posts

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳ ଚଞ୍ଚଳ ସୁବର୍ଣ୍ଣପୁର ସହର, ବାହାଘର ପାଇଁ ପ୍ରସ୍ତୁତ ହୋଇଛନ୍ତି ଉଭୟ ପକ୍ଷ

ସୁବର୍ଣ୍ଣପୁର(କେନ୍ୟୁଜ): ଆସନ୍ତା କାଲି ଶୀତଳ ଷଷ୍ଠୀ ଯାତ୍ରା । ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ…

24 mins ago

ଅଭିନେତ୍ରୀ ହେବାକୁ ଏହି ସର୍ତ୍ତ ରଖିଥିଲେ ସାନିଆ, କପିଲ ଶୋରେ କଲେ ଖୁଲାସା

ଭାରତର ପୂର୍ବତନ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛିଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି…

35 mins ago

ମୁମ୍ବାଇ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଗିରଫ, ଗୋଆରୁ ଧରିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ମୁମ୍ବାଇର ଘାଟକୋପରରେ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଜଣ ଗିରଫ ହୋଇଛନ୍ତି । ମାମଲାର ତଦନ୍ତ କରୁଥିବା ମୁମ୍ବାଇ…

37 mins ago

ଶପଥ ଗ୍ରହଣ ପରେ ବିଜେପି କେଉଁ ମନ୍ତ୍ରଣାଳୟ ରଖିବ, ସହଯୋଗୀଙ୍କୁ ମିଳିବ କ’ଣ ?

ଆଜି ତୃତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ତାଙ୍କ ମନ୍ତ୍ରିମଣ୍ଡଳର ରୂପରେଖ କଣ ହେବ,…

1 hour ago

ନିଖୋଜ ବାପାକୁ ଖୋଜି ଖୋଜି ନୟାନ୍ତ ପୁଅ

କାକଟପୁର(କେନ୍ୟୁଜ): ମଣିଷ ଏକ ସାମାଜିକ ପ୍ରାଣୀ ,ସାମାଜିକ ଚଳଣି ମଧ୍ୟରେ ବାପ ,ମା ,ପୁଅ ,ସ୍ତ୍ରୀ ,ସ୍ବାମୀ ,ଭାଇ ,ଭଉଣୀ…

1 hour ago

ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବ ତାରିଖ, ୧୦ ନୁହେଁ ୧୨ରେ ହେବ ସମାରୋହ

ଭୁବନେଶ୍ୱର (କେନ୍ୟୁଜ): ଜୁନ୍ ୧୦ ନୁହେଁ ୧୨ ତାରିଖରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ । ବୁଧବାର ଭୁବନେଶ୍ବର…

1 hour ago