ଆଇଏଫଏସ ଅଭୟକାନ୍ତ ଓ ପୁଅ ଆକାଶକୁ ଗିରଫ କରିପାରେ ଭିଜିଲାନ୍ସ ! ଦୀର୍ଘ ସମୟ ଧରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାପା-ପୁଅଙ୍କୁ ମୁହାଁମୁହିଁ ଜେରା

ଭୁବନେଶ୍ବର: ଭିଜିଲାନ୍ସ କବଳରେ ଆଇଏଫଏସ ଅଭୟକାନ୍ତ ଓ ପୁଅ ଆକାଶ ପାଠକ । ମୁମ୍ବାଇରୁ ଆକାଶକୁ ଭୁବନେଶ୍ୱର ଆଣିବା ପରେ ସରକାରୀ ବାସଭବନରେ ବାପ-ପୁଅଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ଜଣଙ୍କ ଜେରା କରାଯାଇଥିଲା ।

ଏହାପରେ ଅଭୟ କାନ୍ତ ପାଠକ, ପୁଅ ଆକାଶ ପାଠକ, ପୁତୁରା ହର୍ଷ ପାଠକ ଓ ଡ୍ରାଇଭରଙ୍କୁ ଜେରା କରିଛି ଭିଜିଲାନ୍ସ। ଉଭୟ ଅଭୟ ଓ ଆକାଶକୁ ଗିରଫ କରାଯାଇପାରେ। ଆଜି ଅପରାହ୍ନରେ ୨ଜଣଙ୍କୁ କୋର୍ଟ ଚାଲାଣ କରିପାରେ ଭିଜିଲାନ୍ସ।

ssଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଘରେ ଚଢଉ ପରେ ଯେତିକି ଆୟବହିର୍ଭୁତ ଅର୍ଥ ମିଳିଲାଣି ତାହା ଭିଜିଲାନ୍ସ ବିଭାଗର ଅଫିସରଙ୍କ ହୋସ୍‌ ଉଡ଼ାଇ ଦେଇଛି । ଆଇଏଫଏସ୍‌ ପାଠକଙ୍କ କାର୍ଯ୍ୟକଳାପ ଯେତିକି ର୍ଦୁନୀତିଗ୍ରସ୍ତ ତାଠୁ ଢେର ଗୁଣ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଇଛନ୍ତି ତାଙ୍କ ପୁଅ ଆକାଶ ପାଠକ । ମୁମ୍ବାଇରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଆକାଶ ଭଡ଼ାରେ ରହୁଥିଲେ ।

ifs pathakଘରଭଡ଼ା ବାବଦରେ କୋଟିଏ ଟଙ୍କାରୁ ଅଧିକ ଦେଇଥିବାବେଳେ ମୁମ୍ବାଇର ତାଜ୍‌ ପ୍ୟାଲେସ୍‌ ହୋଟେଲରେ ୯୦ ଲକ୍ଷରୁ ଅଧିକ ଟଙ୍କାର ବିଲ୍‌ ଦେଇଛନ୍ତି । ମାଲେସିଆ, ହଂକଂ, ୟୁକେ, ୟୁଏଇ ଓ ମାଳଦୀପ ଭଳି ଦେଶକୁ ଚାର୍ଟର ପ୍ଲେନରେ ଯିବା ପାଇଁ ୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଭିଜିଲାନ୍ସ ମୁଖ୍ୟାଳୟ ଦେଇଥିବା ତଥ୍ୟ ଅନୁସାରେ, ଆଇଏଫଏସ୍‌ ଅଭୟଙ୍କ ପୁଅ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯ କୋଟି ୪୦ ଲକ୍ଷ ଟଙ୍କା ଜମା ରହିଛି । କେବଳ ୮ କୋଟି ୪୦ ଲକ୍ଷ ଟଙ୍କା ଭୁବନେଶ୍ୱରରେ ଜମା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.