Below header

ମାଗଣାରେ ଦେଖିପାରିବେ ନିଜ ପସନ୍ଦର ଫିଲ୍ମ ଓ ୱେବସିରିଜ, ଜାଣନ୍ତୁ କେମିତି

ଦିନ କୁ ଦିନ ବଜାରରେ ଭଳି କି ଭଳି ସ୍ମାର୍ଟଟିଭି ମାନ ଲଞ୍ଚ ହେବାରେ ଲାଗିଛି ।  ସ୍ମାର୍ଟଟିଭିର ଅର୍ଥ ହେଉଛି ଟିଭିକୁ ସ୍ମାର୍ଟ ପରି ବ୍ୟବହାର କରାଯାଇ ପାରିବ ।  ଆଉ ମଧ୍ୟ ସ୍ମାର୍ଟଟିଭିରେ ଇଣ୍ଟରନେଟରୁ ସିଧା ସଳଖ କଣ୍ଟେଣ୍ଟ ଷ୍ଟ୍ରିମ କରାଯାଇ ପାରିବ ।  କିନ୍ତୁ ଜାଣନ୍ତିକି ଆପଣ ନିଜ ନନ ସ୍ମାର୍ଟ ଟିଭିରେ ବି ନିଜ ପସନ୍ଦର ୱେବସିରିଜ ଦେଖିପାରିବେ ।

କେମିତି ବ୍ୟବହାର କରିବେ ଜାଣନ୍ତୁ:

ଯଦି ଆପଣ ନିଜ ନନ ସ୍ମାର୍ଟଟିଭିକୁ ସ୍ମାର୍ଟଟିଭି ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ Airtel Xstream Box ସବୁଠୁ ଅଧିକ ଲାଭଦାୟକ ହେବ ।  ଏହା ମଧ୍ୟ କୁହାଯାଇପାରିବ ଯେ ଏହା ହେଉଛି ଏବେକା ସମୟର ଡିଟିଏଚ ଟିଭି ବକ୍ସ ଯାହାକି କୌଣସି ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରିଦେଇ ପାରିବେ ।  ଏହି ସେଟଅପ ବକ୍ସରେ ଆଣ୍ଡ୍ରଏଡ଼ ପାଇ 9.0 ସମେତ ଗୁଗୁଲ ପ୍ଲେ ଷ୍ଟୋର ଆକ୍ସେସ ବି ମିଳି ଯାଇପାରିବ ।  ଏହି ବକ୍ସ ସାହାଯ୍ୟରେ ଆପଣ ନନ ସ୍ମାର୍ଟଟିଭିରେ ଗୁଗୁଲ ପ୍ଲେ ଷ୍ଟୋରରୁ ୫ ହଜାରରୁ ଅଧିକ ଆପ ଓ ଗେମ ଡାଉନ ଲୋଡ଼ କରିପାରିବେ ।

AIRTEL Xstream Set Top Box - SS Communication Airtel DTH Best Rates - Buy  Airtel DTH Online

 

ଏହି ସେଟଅପ ବକ୍ସ ସହ ଆପଣ ଟିଭିରେ ଡିଟିଏଚ ଚ୍ୟାନେଲ ସହ ଆମାଜନ ପ୍ରାଇମ ଭିଡିଓ ଓ ଡିଜ୍ନି + ହଟ ଷ୍ଟାର ଆପର ସୁବିଧା ମଧ୍ୟ ନେଇପାରିବେ ।  ଏହି ବକ୍ସରେ ଥିବା ଇନ ବିଲ୍ଡ କ୍ରୋମକାଷ୍ଟ ମାଧ୍ୟମରେ ଆପଣ ନିଜ ଫୋନ ସ୍କ୍ରିନ ଟିଭି ପରଦାରେ କାଷ୍ଟ କରିପାରିବେ । ଖାଲି ସେତିକି ନୁହେଁ Airtel Xstream Box ସହ ମିଳୁଥିବା ରିମୋଟରେ ଗୁଗୁଲ ଆସିଷ୍ଟାଣ୍ଟ ସପୋର୍ଟ ଥିବାରୁ ଶବ୍ଦ ସାହାଯ୍ୟରେ ବି ଟିଭିକୁ କଣ୍ଟ୍ରୋଲ କରାଯାଇ ପାରିବ ।

Airtel Xstream Boxର ବ୍ୟବହାର ଆପଣ ୱାଇ-ଫାଇ ଓ ମୋବାଇଲ ହଟସ୍ପଟ ଜରିଆରେ କରିପାରିବେ ।  ଏହା ସହ ନିଜ ଫୋନରେ Airtel Xstream ଆପ ଡାଉନଲୋଡ଼ କରାଯାଇ ପାରିବା ସହ ୧୦ ହଜାରରୁ ଅଧିକ ସଂଖ୍ୟକ ଫିଲ୍ମ ତଥା ୱେବ ସିରିଜର ମଜା ମଧ୍ୟ ନେଇପାରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.