ଆଜି ପ୍ରକାଶ ପାଇବ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଦେଶର ଜିଡିପି ରିପୋର୍ଟ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଦେଶର ଜିଡିପି ରିପୋର୍ଟ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ଜିଡିପି ଅଭିବୃଦ୍ଧି ମାଇନସ୍‌ ୨୩.୯ ପ୍ରତିଶତ ରହିଥିଲା । କରୋନା ମହାମାରୀ ପାଇଁ ପ୍ରଥମ ଥର ଏତେ ମାତ୍ରାରେ କମ୍‌ ରହିଥିଲା । ଦ୍ୱିତୀୟ ତ୍ରୈମାସିକରେ ଅର୍ଥନୀତି ଅପେକ୍ଷାକୃତ କମ୍‌ ସଂକୋଚନ ହେବ ବୋଲି କୁହାଯାଉଛି ।

ବିଭିନ୍ନ ସଂସ୍ଥା ଓ ବିଶେଷଜ୍ଞଙ୍କ ପକ୍ଷରୁ ଏନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଦ୍ୱିତୀୟ ତ୍ରୈମାସିକରେ ମାଇନସ୍‌ ୮.୬ ପ୍ରତିଶତ ରହିପାରେ । HSBC ସିକ୍ୟୁରିଟି ଆଣ୍ଡ କ୍ୟାପିଟାଲ ମାର୍କେଟ୍‌ର ମୁଖ୍ୟ ତଥା ଅର୍ଥନୀତିଜ୍ଞ ପ୍ରଣଜୁଲ ଭଣ୍ଡାରୀଙ୍କ ଆକଳନ ଅନୁସାରେ ଏହା ମାଇନସ୍‌ ୭.୯ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି ।

କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୪ରେ ଲକ୍‌ଡାଉନ୍‌ କରିଥିଲେ କେନ୍ଦ୍ର ସରକାର । ଏପ୍ରିଲରୁ ଜୁନ୍‌ କ୍ୱାର୍ଟରର ଅର୍ଥନୈତିକ କାର୍ଯ୍ୟକଳାପକୁ ସ୍ଥିର କରିଥାଏ । ଲକ୍‌ଡାଉନ୍‌ ଯୋଗୁ ଏହି ସମୟରେ ଜିଡିପି ଖସିଥିଲା । ଅରଗାଇଜେସନ୍‌ ଫର ଇକୋନୋକିମ୍‌ କର୍ପୋରେସନ୍‌ ଆଣ୍ଡ ଡେଭଲପମେଣ୍ଟ ବା ଓଇସିଡି ତଥ୍ୟ ଅନୁସାରେ ସମସ୍ତ ଜି-୨୦ ଦେଶ ମଧ୍ୟରେ ଭାରତର ଜିଡିପି କମ୍‌ ରହିଥିଲା । ଏଥର ଲକ୍‌ଡାଉନ୍‌ ଖୋଲିବା ପରେ ଇନ୍‌ଭେଷ୍ଟମେଣ୍ଟ ଡିମାଣ୍ଡ ବଢିଛି । ତେଣୁ ଏଥର ଅପେକ୍ଷାକୃତ କମ୍‌ ସଂକୋଚନ ହୋଇପାରେ । ଅର୍ଥନୀତି ଟ୍ରାକ୍‌କୁ ଫେରିବା ନେଇ ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.