ରାଜ୍ୟ

ତିହିଡି ଦୌଲତପୁର ପଂଚାୟତର ଅସହାୟ ବିଧବା ଅନ୍ନପୂର୍ଣ୍ଣାଙ୍କ ଦୁଃଖ କହିଲେ ନସରେ, ସାହାରା ବୋଲି କିଛି ନାହିଁ

ଚାନ୍ଦବାଲି: କେହି ରହିବେ ନାହିଁ କଚ୍ଚା ଘରେ । ତେଣୁ ସରକାର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରି କରିଚାଲିଛନ୍ତି । ହେଲେ ଅସଲରେ ଏବେ ବି ଅନେକ ଗରିବ ଓ ଅସହାୟ ପରିବାର ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ ହୋଇଥିବାର ଅଭିଯୋଗ ହେଉଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଂଚାୟତର ଅସହାୟ ବିଧବା ଅନ୍ନପୂର୍ଣ୍ଣା ଜେନାଙ୍କ ଘର ।

ତିହିଡି ବ୍ଲକ ଦୈଲତପୁର ପଂଚାୟତ ଜେନାସାହିରେ ଅସହାୟ ବିଧବା ଅନ୍ନପୂର୍ଣ୍ଣାଙ୍କ ଘର । ଯିଏ ବି ଘରକୁ ଦେଖୁଛି ସରକାରଙ୍କ ପକ୍କା ଘର ଯୋଜନା ଉପରେ ପ୍ରଶ୍ନ କରୁଛି । ଘରର ଅବସ୍ଥା ଏମିତି ରାତିରେ ଚନ୍ଦ୍ର ଓ ଦିନରେ ସୂର୍ଯ୍ୟଙ୍କ କିରଣରେ ଆଲୋକିତ ଦେଉଛି ଘର । ଘରର ଚାଳ ଛପର ଠାଏଁ ଠାଏଁ ଉଡିଯାଇଥିବାବେଳେ ଘରର କାନ୍ଥ ମଧ୍ୟ ଗଳି ପଡିଛି । ଘର ବାହାରର ଅବସ୍ଥା ଠାରୁ ଘର ଭିତରର ଅସ୍ଥା ଅତି ସଂଗୀନ । ଘର ଭିତରେ କାନ୍ଥ ଗଳି ପଡିବାରୁ ଜରିପାଲ ପକାଇ ଚଳୁଛି ଅସହାୟ ବିଧବା ମହିଳା । ରାତିରେ ସାପ ବେଙ୍ଗର ଭୟ । ତଥାପି ସେହି ଭଙ୍ଗା ଦଦରା ଘରେ ରହୁଛି ଅସହାୟ ବିଧବା ମହିଳା ।

ହେଲେ ବାରମ୍ବାର ତିହିଡି ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଂଚକୁ ପକ୍କା ଘର ପାଇଁ ଗୁହାରି କରୁଥିଲେ ବି ଏପର୍ଯ୍ୟନ୍ତ ପକ୍କା ଘରଟିଏ ମିଳପାରିନଥିବା ଅଭିଯୋଗ କରିଛନ୍ତି ଅସହାୟ ବିଧବା ମହିଳା । ଅନ୍ୟପଟେ ବିଧବା ମହିଳାଙ୍କ ପୁଅ ନଥିବା ବେଳେ ୨ଝିଅ ବାହା ହୋଇ ଶାଶୁ ଘରେ । ତେଣୁ ତାଙ୍କୁ ଦେଖାଣୁଣା କରିବାକୁ କେହିନାହାଁନ୍ତି । ଘରେ କେହି ରୋଜଗାରିଆ ନଥିବାରୁ ସରକାରଙ୍କ ୫ଶହ ଟଙ୍କା ଭତା ଓ କେଇ କିଲେ ଚାଉଳ ଅସହାୟ ବିଧବାଙ୍କ ପାଇଁ ସାହାରା ପାଲଟିଛି ।

ଅନ୍ୟପଟେ ପିରାହାଟ ଅଂଚଳର ଜାଗ୍ରତ ସେନା ସଂଗଠନର ସମ୍ପାଦକ ଅଭିଯୋଗ କରିଛନ୍ତି ଯେ ଏହି ପଂଚାୟତରେ ବହୁ ଥିଲା ବାଲାଙ୍କୁ ପକ୍କା ଘର ମିଳୁଛି ହେଲେ ଏଭଳି ଅସହାୟଙ୍କ ପ୍ରତି ରାଜନେତା କି ପ୍ରଶାସନର ବଡ ବାବୁଙ୍କ ନଜର ପଡୁନି । ତେଣୁ ତୁରନ୍ତ ଅସହାୟ ବିଧବା ମହିଳାକୁ ପକ୍କା ଘର ଯୋଗାଇ ଦେବାକୁ ସେ, ଦାବି କରିଛନ୍ତି । ଏ ବାବଦରେ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି କହିଛନ୍ତି ସେ ବିଧବା ମହିଳା ପକ୍କା ଘର ପାଇବା ପାଇଁ ଯୋଗ୍ୟ ହେଲେ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଏହି ପଂଚାୟତରେ ପକ୍କା ଘର ମିଳୁଛି ତାଙ୍କ ନା ରେ ଘର ଆସିଲେ ସେ ପାଇବେ ।

Sonalisa

Recent Posts

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

2 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

28 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

38 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

55 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

1 hour ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

1 hour ago