ତିହିଡି ଦୌଲତପୁର ପଂଚାୟତର ଅସହାୟ ବିଧବା ଅନ୍ନପୂର୍ଣ୍ଣାଙ୍କ ଦୁଃଖ କହିଲେ ନସରେ, ସାହାରା ବୋଲି କିଛି ନାହିଁ

ଚାନ୍ଦବାଲି: କେହି ରହିବେ ନାହିଁ କଚ୍ଚା ଘରେ । ତେଣୁ ସରକାର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରି କରିଚାଲିଛନ୍ତି । ହେଲେ ଅସଲରେ ଏବେ ବି ଅନେକ ଗରିବ ଓ ଅସହାୟ ପରିବାର ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ ହୋଇଥିବାର ଅଭିଯୋଗ ହେଉଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଂଚାୟତର ଅସହାୟ ବିଧବା ଅନ୍ନପୂର୍ଣ୍ଣା ଜେନାଙ୍କ ଘର ।

houseତିହିଡି ବ୍ଲକ ଦୈଲତପୁର ପଂଚାୟତ ଜେନାସାହିରେ ଅସହାୟ ବିଧବା ଅନ୍ନପୂର୍ଣ୍ଣାଙ୍କ ଘର । ଯିଏ ବି ଘରକୁ ଦେଖୁଛି ସରକାରଙ୍କ ପକ୍କା ଘର ଯୋଜନା ଉପରେ ପ୍ରଶ୍ନ କରୁଛି । ଘରର ଅବସ୍ଥା ଏମିତି ରାତିରେ ଚନ୍ଦ୍ର ଓ ଦିନରେ ସୂର୍ଯ୍ୟଙ୍କ କିରଣରେ ଆଲୋକିତ ଦେଉଛି ଘର । ଘରର ଚାଳ ଛପର ଠାଏଁ ଠାଏଁ ଉଡିଯାଇଥିବାବେଳେ ଘରର କାନ୍ଥ ମଧ୍ୟ ଗଳି ପଡିଛି । ଘର ବାହାରର ଅବସ୍ଥା ଠାରୁ ଘର ଭିତରର ଅସ୍ଥା ଅତି ସଂଗୀନ । ଘର ଭିତରେ କାନ୍ଥ ଗଳି ପଡିବାରୁ ଜରିପାଲ ପକାଇ ଚଳୁଛି ଅସହାୟ ବିଧବା ମହିଳା । ରାତିରେ ସାପ ବେଙ୍ଗର ଭୟ । ତଥାପି ସେହି ଭଙ୍ଗା ଦଦରା ଘରେ ରହୁଛି ଅସହାୟ ବିଧବା ମହିଳା ।

ହେଲେ ବାରମ୍ବାର ତିହିଡି ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଂଚକୁ ପକ୍କା ଘର ପାଇଁ ଗୁହାରି କରୁଥିଲେ ବି ଏପର୍ଯ୍ୟନ୍ତ ପକ୍କା ଘରଟିଏ ମିଳପାରିନଥିବା ଅଭିଯୋଗ କରିଛନ୍ତି ଅସହାୟ ବିଧବା ମହିଳା । ଅନ୍ୟପଟେ ବିଧବା ମହିଳାଙ୍କ ପୁଅ ନଥିବା ବେଳେ ୨ଝିଅ ବାହା ହୋଇ ଶାଶୁ ଘରେ । ତେଣୁ ତାଙ୍କୁ ଦେଖାଣୁଣା କରିବାକୁ କେହିନାହାଁନ୍ତି । ଘରେ କେହି ରୋଜଗାରିଆ ନଥିବାରୁ ସରକାରଙ୍କ ୫ଶହ ଟଙ୍କା ଭତା ଓ କେଇ କିଲେ ଚାଉଳ ଅସହାୟ ବିଧବାଙ୍କ ପାଇଁ ସାହାରା ପାଲଟିଛି ।

womanଅନ୍ୟପଟେ ପିରାହାଟ ଅଂଚଳର ଜାଗ୍ରତ ସେନା ସଂଗଠନର ସମ୍ପାଦକ ଅଭିଯୋଗ କରିଛନ୍ତି ଯେ ଏହି ପଂଚାୟତରେ ବହୁ ଥିଲା ବାଲାଙ୍କୁ ପକ୍କା ଘର ମିଳୁଛି ହେଲେ ଏଭଳି ଅସହାୟଙ୍କ ପ୍ରତି ରାଜନେତା କି ପ୍ରଶାସନର ବଡ ବାବୁଙ୍କ ନଜର ପଡୁନି । ତେଣୁ ତୁରନ୍ତ ଅସହାୟ ବିଧବା ମହିଳାକୁ ପକ୍କା ଘର ଯୋଗାଇ ଦେବାକୁ ସେ, ଦାବି କରିଛନ୍ତି । ଏ ବାବଦରେ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି କହିଛନ୍ତି ସେ ବିଧବା ମହିଳା ପକ୍କା ଘର ପାଇବା ପାଇଁ ଯୋଗ୍ୟ ହେଲେ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଏହି ପଂଚାୟତରେ ପକ୍କା ଘର ମିଳୁଛି ତାଙ୍କ ନା ରେ ଘର ଆସିଲେ ସେ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.