Below header

ନବରଙ୍ଗପୁର ଦହଣା ସଦାଶିବ ହାଇସ୍କୁଲ ପରିସରରେ ଭାଲୁ, କାବୁ କରିବା ପାଇଁ ତାର ଗତି ବିଧି ଉପରେ ନଜର ରଖିଛନ୍ତି ବନ କର୍ମଚାରୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ଭାଲୁ । ଗତକାଲି ଠାରୁ ଭାଲୁ ସ୍କୁଲ ପରିସରରେ ରହିଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇ ସ୍କୁଲକୁ ରାତିରେ ଆସି ସକାଳ ହେଲେ ଚାଲି ଯାଉଥିଲା । କିନ୍ତୁ ଗତକାଲି ଠାରୁ ଭାଲୁ ସ୍କୁଲ ଭିତରକୁ ଆସି ଅଟକି ରହିଯାଇଛି ।

ସ୍କୁଲ ପିଅନ ଭାଲୁ ଟିକୁ ଦେଖିଥିଲେ ଏବଂ ସ୍କୁଲ କତ୍ତୃପକ୍ଷ ଓ ଗ୍ରାମବାସୀ ମାନେ ବନ ବିଭାଗ କର୍ମଚାରୀକୁ ଏନେଇ ଖବର ଦେଇଥିଲେ । ବନ ବିଭାଗ ଜାଲ ବିଛେଇବା ଆରମ୍ଭ କଲା ବେଳେ ଭାଲୁଟି କାନ୍ଥ ଡେଇଁ ଚାଲିଯାଇଥିଲା । ତଥାପି ବନ କର୍ମଚାରୀ ଭାଲୁ ଟିକୁ କାବୁ କରିବା ପାଇଁ ତାର ଗତି ବିଧି ଉପରେ ନଜର ରଖିଛନ୍ତି । କୋରନା ଜନିତ କଟକଣା ହେତୁ ସ୍କୁଲ ବନ୍ଦରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.