ଟେକ୍

ଲଞ୍ଚ ହେଲା ASUSର ଦମଦାର ଗେମିଂ ମନିଟର, ଗେମର୍ସଙ୍କ ପାଇଁ ରହିଛି ବଢ଼ିଆ ଫିଚର୍ସ

ASUS ଭାରତରେ ୨୭ ଇଞ୍ଚର ROG ସ୍ୱିଫ୍ଟ OLED ମନିଟର ଲଞ୍ଚ କରିଛି । ASUSର ଏହି ନୂଆ ମନିଟର ଏକ ଏର୍ଗୋନୋମିକ୍ ଡିଜାଇନ୍ ଏବଂ ଟ୍ରାଇପୋଡ୍ ଷ୍ଟାଣ୍ଡ ସହିତ ଆସିଥାଏ । ଏହି ମନିଟର ଦ୍ୱାରା ଗେମର୍ସମାନେ ନୂଆ ଷ୍ଟାଇଲରେ ଗେମ୍‌ ଖେଳିବା ପାଇଁ ନୂଆ ଅପ୍ସନ ପାଇବେ ।

ASUSର ଏହି ଗେମିଙ୍ଗ୍ ମନିଟରର ସବୁଠାରୁ ଖାସ୍‌ କଥା ହେଉଛି ଏଥିରେ ଥିବା ଦମଦାର ସ୍କ୍ରିନ୍ ଡିସପ୍ଲେ ପ୍ୟାନେଲ୍ । ଏହା ୧୪୪୦ ପିକ୍ସେଲର OLED ପ୍ୟାନେଲ ସହିତ ଆସିଥାଏ, ଯାହାର ରିଫ୍ରେସ୍‌ ରେଟ ୨୪୦Hz ରହିଛି । ଏହି ମନିଟରର ଡିସପ୍ଲେ NVIDIA G-SYNC କୁ ମଧ୍ୟ ସପୋର୍ଟ କରେ । କମ୍ପାନୀ ଏହାକୁ ଏକ ଟ୍ରାଇପୋଡ୍ ଷ୍ଟାଣ୍ଡ ସହିତ ଲଞ୍ଚ କରିଛି, ଯାହାକୁ ୟୁଜରମାନେ ଅତି ସହଜରେ ଆଡଜଷ୍ଟ କରିପାରିବେ । ଏହି ଗେମିଙ୍ଗ ମନିଟରର ସମସ୍ତ ଫିଚର, ସ୍ପେସିଫିକେସନ୍‌ ଏବଂ ପ୍ରାଇସ୍‌ ଡିଟେଲ୍ସ ବିଷୟରେ ଆସନ୍ତୁ ଜାଣିବା ।

ଡିସପ୍ଲେ: ଏହି ମନିଟରରେ ୨୬.୫ ଇଞ୍ଚର ନନ୍‌-ଗ୍ଲେର୍ ଫ୍ଲିକର୍ ଫ୍ରି OLED ସ୍କ୍ରିନ୍ ଅଛି । ଯେଉଁଥିରେ ୨୫୬୦ x ୧୪୪୦ ରିଜୋଲ୍ୟୁସନ, ୨୪୦Hz ରିଫ୍ରେସ୍‌ ରେଟ୍‌, ୧୬: ୯ ଆସପେକ୍ଟ ରେସିଓ, ୧୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌, HDR10 ସପୋର୍ଟ, ୧୭୮ ଡିଗ୍ରୀର ଭ୍ୟୁଇଂ ଆଙ୍ଗଲ୍‌ ଏବଂ ୧୦-ବିଟ୍ ଡିସପ୍ଲେ କଲର ସପୋର୍ଟ ରହିଛି ।
ଏହି ମନିଟରରେ ୧.୪ ଡିସପ୍ଲେ ପୋର୍ଟ, ଗୋଟିଏ DSC, ଦୁଇଟି HDMI, ଗୋଟିଏ ଇୟରଫୋନ୍ ଜ୍ୟାକ୍, ଦୁଇଟି USB ଟାଇପ୍‌ A ୩.୨ ଜେନ ୧ ଅଛି । କମ୍ପାନୀ ଏହି ମନିଟର ସହିତ ୨ ବର୍ଷର ୱାରେଣ୍ଟି ଦେଇଛି । ASUSର ଏହି ଗେମିଙ୍ଗ ମନିଟରର ଓଜନ ୬.୯ କିଲୋଗ୍ରାମ ରହିଛି । ଏହାର ମୂଲ୍ୟ ୧,୨୪,୯୯୯ ଟଙ୍କା ରହିଛି । କମ୍ପାନୀ ଏହାକୁ ବିକ୍ରି ପାଇଁ ଅଫର ଦେଇଛି। ଏହି ମନିଟରକୁ ASUS କମ୍ପାନୀର ରିଟେଲ ଅଫଲାଇନ ଷ୍ଟୋର କିମ୍ବା ଅନଲାଇନ୍ ଷ୍ଟୋରରୁ କିଣାଯାଇପାରିବ ।

Subhalaxmi Das

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

1 hour ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

2 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

4 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago