ଲଞ୍ଚ ହେଲା ASUSର ଦମଦାର ଗେମିଂ ମନିଟର, ଗେମର୍ସଙ୍କ ପାଇଁ ରହିଛି ବଢ଼ିଆ ଫିଚର୍ସ
ASUSର ଏହି ନୂଆ ମନିଟର ଏକ ଏର୍ଗୋନୋମିକ୍ ଡିଜାଇନ୍ ଏବଂ ଟ୍ରାଇପୋଡ୍ ଷ୍ଟାଣ୍ଡ ସହିତ ଆସିଥାଏ । ଏହି ମନିଟର ଦ୍ୱାରା ଗେମର୍ସମାନେ ନୂଆ ଷ୍ଟାଇଲରେ ଗେମ୍ ଖେଳିବା ପାଇଁ ନୂଆ ଅପ୍ସନ ପାଇବେ ।

ASUS ଭାରତରେ ୨୭ ଇଞ୍ଚର ROG ସ୍ୱିଫ୍ଟ OLED ମନିଟର ଲଞ୍ଚ କରିଛି । ASUSର ଏହି ନୂଆ ମନିଟର ଏକ ଏର୍ଗୋନୋମିକ୍ ଡିଜାଇନ୍ ଏବଂ ଟ୍ରାଇପୋଡ୍ ଷ୍ଟାଣ୍ଡ ସହିତ ଆସିଥାଏ । ଏହି ମନିଟର ଦ୍ୱାରା ଗେମର୍ସମାନେ ନୂଆ ଷ୍ଟାଇଲରେ ଗେମ୍ ଖେଳିବା ପାଇଁ ନୂଆ ଅପ୍ସନ ପାଇବେ ।
ASUSର ଏହି ଗେମିଙ୍ଗ୍ ମନିଟରର ସବୁଠାରୁ ଖାସ୍ କଥା ହେଉଛି ଏଥିରେ ଥିବା ଦମଦାର ସ୍କ୍ରିନ୍ ଡିସପ୍ଲେ ପ୍ୟାନେଲ୍ । ଏହା ୧୪୪୦ ପିକ୍ସେଲର OLED ପ୍ୟାନେଲ ସହିତ ଆସିଥାଏ, ଯାହାର ରିଫ୍ରେସ୍ ରେଟ ୨୪୦Hz ରହିଛି । ଏହି ମନିଟରର ଡିସପ୍ଲେ NVIDIA G-SYNC କୁ ମଧ୍ୟ ସପୋର୍ଟ କରେ । କମ୍ପାନୀ ଏହାକୁ ଏକ ଟ୍ରାଇପୋଡ୍ ଷ୍ଟାଣ୍ଡ ସହିତ ଲଞ୍ଚ କରିଛି, ଯାହାକୁ ୟୁଜରମାନେ ଅତି ସହଜରେ ଆଡଜଷ୍ଟ କରିପାରିବେ । ଏହି ଗେମିଙ୍ଗ ମନିଟରର ସମସ୍ତ ଫିଚର, ସ୍ପେସିଫିକେସନ୍ ଏବଂ ପ୍ରାଇସ୍ ଡିଟେଲ୍ସ ବିଷୟରେ ଆସନ୍ତୁ ଜାଣିବା ।
ଡିସପ୍ଲେ: ଏହି ମନିଟରରେ ୨୬.୫ ଇଞ୍ଚର ନନ୍-ଗ୍ଲେର୍ ଫ୍ଲିକର୍ ଫ୍ରି OLED ସ୍କ୍ରିନ୍ ଅଛି । ଯେଉଁଥିରେ ୨୫୬୦ x ୧୪୪୦ ରିଜୋଲ୍ୟୁସନ, ୨୪୦Hz ରିଫ୍ରେସ୍ ରେଟ୍, ୧୬: ୯ ଆସପେକ୍ଟ ରେସିଓ, ୧୦୦ ନିଟ୍ସର ପିକ୍ ବ୍ରାଇଟନେସ୍, HDR10 ସପୋର୍ଟ, ୧୭୮ ଡିଗ୍ରୀର ଭ୍ୟୁଇଂ ଆଙ୍ଗଲ୍ ଏବଂ ୧୦-ବିଟ୍ ଡିସପ୍ଲେ କଲର ସପୋର୍ଟ ରହିଛି ।
ଏହି ମନିଟରରେ ୧.୪ ଡିସପ୍ଲେ ପୋର୍ଟ, ଗୋଟିଏ DSC, ଦୁଇଟି HDMI, ଗୋଟିଏ ଇୟରଫୋନ୍ ଜ୍ୟାକ୍, ଦୁଇଟି USB ଟାଇପ୍ A ୩.୨ ଜେନ ୧ ଅଛି । କମ୍ପାନୀ ଏହି ମନିଟର ସହିତ ୨ ବର୍ଷର ୱାରେଣ୍ଟି ଦେଇଛି । ASUSର ଏହି ଗେମିଙ୍ଗ ମନିଟରର ଓଜନ ୬.୯ କିଲୋଗ୍ରାମ ରହିଛି । ଏହାର ମୂଲ୍ୟ ୧,୨୪,୯୯୯ ଟଙ୍କା ରହିଛି । କମ୍ପାନୀ ଏହାକୁ ବିକ୍ରି ପାଇଁ ଅଫର ଦେଇଛି। ଏହି ମନିଟରକୁ ASUS କମ୍ପାନୀର ରିଟେଲ ଅଫଲାଇନ ଷ୍ଟୋର କିମ୍ବା ଅନଲାଇନ୍ ଷ୍ଟୋରରୁ କିଣାଯାଇପାରିବ ।