କହୁ କହୁ କହିଦେଲେ ! ନିଲମ୍ବିତ ହେଇଗଲେ ମହିଳା ହୋମଗାର୍ଡ

ଉଦୁଉଦିଆ ଖରାବେଳେ ଏଠି ପୋଲିସ ଓ ଅଟୋ ଚାଳକଙ୍କ ମଧ୍ୟରେ ଚାଲିଛି ମୂଲଚାଲ । କିନ୍ତୁ କଣ କରିବେ ଏ ଖାକି ବର୍ଦ୍ଦି ପିନ୍ଧା ମହିଳା ଜଣକ । ସେ କଣ ଆଉ ଜାଣିଛନ୍ତି ଯେ ତାଙ୍କର କଥା ସବୁ କ୍ୟାମେରାରେ କଏଦ ହେଉଛି ବୋଲି । କହୁ କହୁ କିଛି ଏମିତି କଥା କହିଦେଇଛନ୍ତି ଯେଉଁଥିପାଇଁ ଏହି ମହିଳା ହୋମଗାର୍ଡ ହୋଇଯାଇଛନ୍ତି ନିଲମ୍ବିତ ।

ପୁରୀ (କେନ୍ୟୁଜ) : ଏଠି ମୂଲ ଚାଲ ଚାଲିଛି । ଉଦୁଉଦିଆ ଖରାବେଳେ ଏଠି ପୋଲିସ ଓ ଅଟୋ ଚାଳକଙ୍କ ମଧ୍ୟରେ ଚାଲିଛି ମୂଲଚାଲ । କିନ୍ତୁ କଣ କରିବେ ଏ ଖାକି ବର୍ଦ୍ଦି ପିନ୍ଧା ମହିଳା ଜଣକ । ସେ କଣ ଆଉ ଜାଣିଛନ୍ତି ଯେ ତାଙ୍କର କଥା ସବୁ କ୍ୟାମେରାରେ କଏଦ ହେଉଛି ବୋଲି । କହୁ କହୁ କିଛି ଏମିତି କଥା କହିଦେଇଛନ୍ତି ଯେଉଁଥିପାଇଁ ଏହି ମହିଳା ହୋମଗାର୍ଡ ହୋଇଯାଇଛନ୍ତି ନିଲମ୍ବିତ ।

ହଁ ଆଜ୍ଞା ମହିଳା ହୋମଗାର୍ଡ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ମହିଳା ହୋମଗାର୍ଡ ହେଉଛନ୍ତି ଗୀତାଞ୍ଜଳି ବେହେରା। ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ,ଲବଣୀଖିଆ ଛକ ଓ ଶ୍ରୀକୃଷ୍ଣ ସିନେମା ହଲ ଗଳିରେ ଅଟୋ ଚାଳକଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଆଉ ଏ କଥା ବହୁତ ଥର ସାମ୍ନାକୁ ଆସୁଥିଲା । କିନ୍ତୁ ଏବେ ସୋସିଆଲ ମିଡିଆରେ ମହିଳା ହୋମଗାର୍ଡଙ୍କ ଏହି ଭିଡିଓ ଭାଇରାଲ ହୋଇଯାଇଛି ।

ଯାହା ଚାରିଆଡେ ଘୂରି ବୁଲୁଛି । ଆଉ ଭିଡିଓକୁ ଯିଏ ଦେଖୁଛି ସେ ପ୍ରତିକ୍ରୀୟା ନଦେଇ ରହିପାରୁନାହାଁନ୍ତି । ଲୋକଙ୍କ ମଧ୍ୟରେ କେବଳ ଏହି ଚର୍ଚ୍ଚା ରହିଲାନି ପରେ ଏସପି ପିନାକ ମିଶ୍ରଙ୍କ ପାଖକୁ ବି ପହଁଚିଗଲା ଏହି ଭିଡିଓ । ଯାହାକୁ ଦେଖିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି ଏସପି ପିନାକ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.