ଓଡିଶାର ଏହି ସ୍ଥାନକୁ କୁହାଯାଏ ପଶ୍ଚିମ ଲଙ୍କା, କଣ ଆପଣ ଜାଣିଛନ୍ତି ନା ନାହିଁ

ବିଶେଷକରି ମହା ବିଷୁବ ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସମେତ ପୁରପଲ୍ଲୀରେ ହନୁମାନ ଜୟନ୍ତୀ ମହା ଯାକଜମକରେ ପାଳନ କରାଯାଏ ।

ସୁବର୍ଣ୍ଣପୁର (କେନ୍ୟୁଜ୍‌) : ସଂସ୍କୃତିର ସହର ସୁବର୍ଣ୍ଣପୁର । ଏଠି ଅଷ୍ଟ ଚଣ୍ଡି,ଅଷ୍ଟ ଶମ୍ଭୁ,ଅଷ୍ଟ ବିଷ୍ଣୁଙ୍କ ସମେତ ଅଛନ୍ତି ଅଷ୍ଟ ହନୁମାନ । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାକୁ ଅଷ୍ଟ ହନୁମନାର ସହର ବୋଲି ମଧ୍ୟ କୁହାଯାଏ । ଏଠି ଶୈବ,ଶାକ୍ତ,ବୈଷ୍ଣବଠୁ ଆରମ୍ଭକରି ହନୁମାନ ସଂସ୍କୃତିଯାଏ କାହିଁ କେତେଦିନରୁ ପୂଜା ହୋଇଆସୁଛି । ବିଶେଷକରି ମହା ବିଷୁବ ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସମେତ ପୁରପଲ୍ଲୀରେ ହନୁମାନ ଜୟନ୍ତୀ ମହା ଯାକଜମକରେ ପାଳନ କରାଯାଏ । ହନୁମାନ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁରର ବଡ ହନୁମାନ,ଗଡ ହନୁମାନ,ବାଟ ହନୁମାନ,ଘାଟ ହନୁମାନ,ଧାର ହନୁମାନ,ଝାର ହନୁମାନ,ପର ହନୁମାନ ଓ ଘର ହନୁମାନଙ୍କୁ ବଡ ଧୂମଧାମରେ ପୂଜା କରାଯାଏ ।

ସୁବର୍ଣ୍ଣପୁର ସହର ଏକ ସଂସ୍କୃତିର ସହର ଭାବରେ ବେଶ ପରିଚିତ । ଏଠାରେ ବିଭିନ୍ନ ସଂସ୍କୃତିର ମହନୀୟତା ଦେଖିବାକୁ ମିଳେ । ହେଲେ ମାରୁତି ନନ୍ଦନ ହନୁମାନଙ୍କ ପୂଜା ଆରଧାନାରେ ଏଠି ଟିକିଏ ସ୍ଵତନ୍ତ୍ରତା ରହିଛି । ଅନ୍ୟଠି କେବଳ ହନୁମାନ ଜୟନ୍ତୀରେ ବୀର ହନୁମନାଙ୍କୁ ପୂଜା କରାଯାଉଥିବାବେଳେ ଏଠି କିନ୍ତୁ ପ୍ରତିଦିନ ହନୁମାନଙ୍କୁ ପୂଜା କରାଯାଏ । ସୁବର୍ଣ୍ଣପୁର ସହରରେ କାହିଁ କେତେଦିନରୁ ବିଭିନ୍ନ ସ୍ଥାନରେ ଅଷ୍ଟ ହନୁମାନ ପୂଜା ପାଇଆସୁଛନ୍ତି । ସଦର ଡାକ୍ତରଖାନା ସମ୍ମୁଖରେ ବଡ ହନୁମାନ ମନ୍ଦିରଟି ୧୭୧୫ ଖ୍ରୀଷ୍ଟାଦ୍ଧରେ ତତ୍କାଳୀନ ରାଜା ଅଚଳ ସିଂଦେଓ ନିର୍ମାଣ କରିଥିବା ଜଣାଯାଏ । ସେହିଭଳି ଗଡ ଭିତର ନବୀନ ସର କୂଳରେ ଯେଉଁ ହନୁମାନ ମନ୍ଦିରଟି ରହିଛି ଯାହାକି ଦୁର୍ଘର ପୂର୍ବ ଗଡଦ୍ଵାର ଗଡରକ୍ଷା ନିମନ୍ତେ ଅବିହିତ ହୋଇଥିବାରୁ ତାକୁ ଗଡ ହନୁମାନ କୁହାଯାଏ । ପଶ୍ଚିମ ସୋମନାଥ ମନ୍ଦିରରେ ବାଟ ହନୁମାନ, ସତ ବନ୍ଧ ଘାଟରେ ଘାଟ ହନୁମାନ ପୂଜା ପାଇଆସୁଥିବାବେଳେ ମହାନଦୀ ଓ ତେଲନଦୀର ସଂଗମ ସ୍ଥଳରେ ଧାର ହନୁମାନ ପୂଜା ପାଉଛନ୍ତି । ସେହିଭଳି ଟିକିରାପଡା ମନ୍ଦିରରେ ବୀର ହନୁମାନ,ଜଗନ୍ନାଥ ମନ୍ଦିରରେ ଦାସ ହନୁମାନ ଓ ସମଲାଇ ମନ୍ଦିର ସମ୍ମୁଖରେ ଭକ୍ତ ହନୁମାନ ରହିଛନ୍ତି।

ଶ୍ରୀ ହନୁମାନ ଦେବଙ୍କ ସମ୍ମୁଖରେ ପୁର୍ବେ ସୈନ୍ୟ ସାମନ୍ତ ଓ ସିପାହୀମାନେ ଯୁଦ୍ଧ ବିଦ୍ୟା ସାଧନ କରୁଥିବାରୁ ସହରରେ ଏତଗେୁଡିଏ ହନୁମାନ ମନ୍ଦିର ନିର୍ମାଣ କରାଯାଇଥିବା ଇତିହାସରୁ ଜଣାପଡେ । ସୋନପୁରକୁ ପଶ୍ଚିମ ଲଙ୍କା ବୋଲି ମଧ୍ୟ କୁହାଯାଏ । ସେହିପରି ଶ୍ରୀରାମଚନ୍ଦ୍ରଙ୍କ ଦାସନୁଦାସ ହନୁମାନ ରାମାୟଣ କାଳୀନ ଯୁଗରେ ଲଙ୍କାଗଡର ଦେବୀ ଲଙ୍କେଶ୍ଵରୀଙ୍କୁ ପରାଜିତ କରି ନିଜ ଲାଙ୍ଗୁଡରେ ଲାଗିଥିବା ନିଆଁରେ ସ୍ଵର୍ଣ୍ଣଲଙ୍କା ଗକୁ ପୋଡି ପାଉଁଶ କରିଦେଇଥିବା କଥା ମଦ୍ୟ ଇତିହାସରେ ଉଲ୍ଲେଖ ରହିଛି । ସେହି ସ୍ମୃତିକୁ ରକ୍ଷା କରିବାକୁ ଯାଇ ଆଜିବି ସୋନପୁର ସହରେ ଲଙ୍କାପୋଡି ଉସବ ପାଳିତ ହୋଇଆସୁଛି । ତେଣୁ ହନୁମାନଙ୍କୁ ଜ୍ଞାନୀ,ଗୁଣି,ଅଜୟ,ବୀର,ଭକ୍ତ,ଦାସ ଓ ବ୍ରହ୍ମାଜ୍ଞ ଭାବରେ ପୂଜା କରାଯାଏ । ତେବେ ସତରେ ସଂସ୍କୃତି ଓ ଐତିହାସିକ ସହର ସୁବର୍ଣ୍ଣପୁରରେ ଏଭଳି ଅଷ୍ଟ ହନୁମାନର ପୂଜା ନିଆରା ନିଶ୍ଚୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.